Categories: ଫୁରସତ

ମଝି ଆକାଶରେ ଉଡ଼ି ଯାଇଥିଲା ଏହି ବିମାନର ଛାତ, ପାଇଲଟ ଏଭଳି ବଞ୍ଚାଇଥିଲେ ୯୪ ଯାତ୍ରୀଙ୍କ ଜୀବନ

ଥରେ ଭାବନ୍ତୁ ତ। ଯଦି କେବେ ବିମାନ ଯାତ୍ରା କରିବା ସମୟରେ ପ୍ଲେନ୍‌ର ଉପର ଛାତ ଉଡିଯାଏ ତେବେ କ’ଣ ହେବ। ଆପଣ ଭାବୁଥିବେ ଏପରି ହେବା ଅସମ୍ଭବ। ୩୫ ବର୍ଷ ପୂର୍ବେ ଏଭଳି ଏକ ବିମାନ ଦୁର୍ଘଟଣା ହୋଇଥିଲା, ଯେତେବେଳେ ମଝି ଆକାଶରେ ବିମାନ ଛାତ ଉଡିଯାଇଥିଲା।

୧୯୮୮ ଏପ୍ରିଲ ୨୮ରେ ହିଲୋ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ଏକ ଫ୍ଲାଇଟ୍‌ ଟେକ୍‌ ଅଫ୍‌ କରିଥିଲା। ଅଲୋହା ଏୟାରଲାଇନ୍ସର ଏହି ଫ୍ଲାଇଟ୍‌ର ନଂ ୨୪୩ ଥିଲା, ଯାହାର ଛାତ ଉଡାଣ ବେଳେ ଉଡ଼ିଯାଇଥିଲା। ସେତେବେଳେ ବିମାନରେ ପାଇଲଟ ଏବଂ କ୍ରୁ ସଦସ୍ୟଙ୍କୁ ମିଶାଇ ୯୫ ଲୋକ ଯାତ୍ରା କରୁଥିଲେ। ୨୪ହଜାର ଫୁଟ ଉଚ୍ଚରେ ୧ଟା ୪୮ ମିନିଟରେ ବିମାନରେ ଅଚାନକ ସମସ୍ତଙ୍କୁ ଏକ ଜୋରଦାର ଝଟ୍‌କା ଲାଗିଥିଲା। ଯାତ୍ରୀମାନେ କିଛି ଚିନ୍ତା କରିବା ପୂର୍ବରୁ ବିମାନର ଛାତ ଉଡି ଯାଇଥିଲା। ଏପରିକି ସେମାନଙ୍କ ଅକ୍ସିଜେନ୍‌ ମାସ୍କ ମଧ୍ୟ ଉଡ଼ି ଯାଇଥିଲା।

ବିମାନରେ ଛିଦ୍ର ହେଲେ ସେଥିମଧ୍ୟରେ ଥିବା ସମସ୍ତ ସାମଗ୍ରୀ ଦ୍ରୁତ ବେଗରେ ବାହାରକୁ ଟାଣି ହୋଇ ଆସିଥାଏ। ଏଣୁ ଉକ୍ତ ବିମାନରେ ଲୋକେ ବାହାରକୁ ଟାଣି ହୋଇଥିଲେ। କିନ୍ତୁ ସମସ୍ତେ ସିଟ୍‌ ବେଲ୍ଟ ବାନ୍ଧିଥିଲେ। ଏଭଳି ଭୟଙ୍କର ସ୍ଥିତିରେ ୧ଟା ୫୮ରେ ପାଇଲଟଙ୍କ ସମ୍ପର୍କ ମାଭି ବିମାନବନ୍ଦର ସହ ହୋଇଥିଲା। ବିମାନବନ୍ଦର ଅଧିକାରୀମାନେ ଅସୁବିଧା କ’ଣ ହୋଇଛି ତାହା ଜାଣିପାରିଥିଲେ, ପରେ ବିମାନ ସୁରକ୍ଷିତ ଭାବେ ତଳକୁ ଆସିଥିଲା। କେବଳ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନଙ୍କ ଜୀବନ ବଞ୍ଚାଯାଇପାରିଥିଲା।

Share