ଅନ୍‌ସ୍କ୍ରିନ୍‌ ବୋହୂଙ୍କ ପ୍ରେମରେ ପଡ଼ିଥିଲେ ଆଲୋକ ନାଥ: ଶୁଟିଂ ସେଟ୍‌ରେ…

ବମ୍ବେ: ୧୯୮୨ରେ ଚଳଚ୍ଚିତ୍ର ‘ଗାନ୍ଧୀ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ଆଲୋକ ନାଥ। ସେବେଠାରୁ ଅନେକ ସୁପରହିଟ୍‌ ଫିଲ୍ମରେ ସେ କାମ କରିଛନ୍ତି। ନିଜର ଉଚ୍ଚକୋଟୀର ଅଭିନୟରେ ସେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ନିଜର ପିତା ଚରିତ୍ରକୁ ନେଇ ତାଙ୍କୁ ବେଶ ପସନ୍ଦ ମଧ୍ୟ କରାଯାଏ। ତାଙ୍କୁ ‘ବାବୁଜି’ ନାମରେ ଅନେକ ଜାଣନ୍ତି। ଚଳଚ୍ଚିତ୍ରକୁ ଛାଡ଼ିଲେ ଅନେକ ଧାରାବାହିକରେ କାମ କରିଛନ୍ତି ଆଲୋକ। ‘ରିସ୍ତେ, ସପନା ବାବୁଲ କା, ବିଦାୟୀ, ୟହାଁ ମେ ଘର ଘର ଖେଲି ଏବଂ ୟେ ରିସ୍ତା କ୍ୟା କହଲାତା ହେ’ଆଦି ସିରିଏଲରେ ନଜର ଆସିଥିବା ଆଲୋକ ଏକଦା ତାଙ୍କ ବୋହୂଙ୍କ ପ୍ରେମରେ ପଡ଼ିଥିଲେ। ଏହା ରିଏଲ୍‌ରେ ନୁହେଁ ବରଂ ରିଲ୍‌ରେ।

ଧାରାବାହିକ ‘ବୁନିଆଦ’ରେ ଆଲୋକଙ୍କ ବୋହୂ ଭୂମିକାରେ ନଜର ଆସିଥିଲେ ନୀନା ଗୁପ୍ତା। ଆଲୋକଙ୍କ ଚରିତ୍ରର ନାମ ଥିଲା ମାଷ୍ଟର ହବେଲି। ଏହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିଲା। କିଛିଦିନ ପର୍ଯ୍ୟନ୍ତ ଅନ୍‌ସ୍କ୍ରିନ୍‌ ବୋହୂଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ ସେ। ମାତ୍ର ଏହା ବେଶି ଦିନ ଚାଲି ନ ଥିଲା। ପରେ ଉଭୟ ଅଲଗା ହୋଇଯାଇଥିଲେ।

କେତେବେଳେ ଅଭିନୟ ତ କେତେବେଳେ ବ୍ୟକ୍ତିଗତ ଜୀବନକୁ ନେଇ ଖବର ଶିରୋନାମା ପାଲଟୁଥିବା ଆଲୋକଙ୍କ ନାମ #ମିଟୁ ମୁଭ୍‌ମେଣ୍ଟରେ ବି ସାମ୍ନାକୁ ଆସିଛି। ଟେଲିଭିଜନ ପ୍ରଯୋଜକ ବିନ୍ତା ନନ୍ଦା ତାଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଥିଲେ।

Share