ଆଲୋକ ଶର୍ମାଙ୍କୁ ନାଇଟ୍‌ହୁଡ୍‌ ଉପାଧି ଦେବେ କିଙ୍ଗ୍‌ ଚାଲର୍‌ସ

ଲଣ୍ଡନ,୧।୧: ବ୍ରିଟେନ ରାଜା ଚାଲର୍‌ସ ତୃତୀୟଙ୍କ ପ୍ରଥମ ନୂଆବର୍ଷ ସମ୍ମାନ ତାଲିକା ଶନିବାର ପ୍ରକାଶ ପାଇଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ କପ୍‌୨୬ରେ ନେତୃତ୍ୱ ଲାଗି ଭାରତୀୟ ବଂଶୋଦ୍ଭବ ବ୍ରିଟେନର ପୂର୍ବତନ ମନ୍ତ୍ରୀ ଆଲୋକ ଶର୍ମାଙ୍କୁ ନାଇଟ୍‌ହୁଡ୍‌ରେ ସମ୍ମାନିତ କରାଯାଇଛି। ଆଗ୍ରାରେ ଜନ୍ମିତ ଆଲୋକ ଗତ ଅକ୍ଟୋବର ପର୍ଯ୍ୟନ୍ତ ବ୍ରିଟେନରେ ମନ୍ତ୍ରୀ ଥିଲେ। ବ୍ରିଟେନ ରାଜାଙ୍କ ନାମରେ ସମ୍ମାନ ତାଲିକାରେ ତାଙ୍କୁ ମିଶାଇ ୩୦ରୁ ଊର୍ଦ୍ଧ୍ୱ ଭାରତୀୟ ବଂଶୋଦ୍ଭବ ପ୍ରଚାରକ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍‌, ଡାକ୍ତର ଓ ପରୋପକାରୀ ରହିଛନ୍ତି।

Share