ଏକୁଟିଆପଣ ଦୂର କରିବ ରୋବୋ

ଆଜିକାଲି ରୋବୋର ବ୍ୟବହାର ବିଭିନ୍ନ କ୍ଷେତ୍ରରେ କରାଯାଉଛି। ଚିକିତ୍ସା ବିଜ୍ଞାନକୁ ବାଦ୍‌ ଦେଲେ ଜଣେ ବ୍ୟକ୍ତିଙ୍କ ଜୀବନର କେତେକ ଘଟଣାରେ ରୋବୋ ସହାୟତା କରିବା ସହ ଅନେକ ସମସ୍ୟାର ସମାଧାନ ମଧ୍ୟ କରିପାରୁଛି। ନିକଟରେ ଇଂଲଣ୍ଡର ବୈଜ୍ଞାନିକମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା ଏକୁଟିଆପଣ ଦୂର କରିବାରେ ସହାୟକ ହେବ। ନିଜକୁ ବୋରିଂ ଲାଗୁଥିଲେ କିମ୍ବା ଏକୁଟିଆ ଅନୁଭବ କରୁଥିଲେ ଉକ୍ତ ହାଇଟେକ୍‌ ରୋବୋକୁ ନିଜର ନିଃସଙ୍ଗତାର ସାଥୀ ଭାବରେ ବାଛିପାରିବେ। ଏହି ସମୟରେ ସଂପୃକ୍ତ ବ୍ୟକ୍ତି ଏହି ରୋବୋ ମାଧ୍ୟମରେ ନିଜର ମନ ପସନ୍ଦର ଗୀତ ଶୁଣିପାରିବ। ତା’ସହ କ’ଣ କଲେ ଏକୁଟିଆପଣ ଦୂର ହୋଇପାରିବ ସେ ନେଇ ମଧ୍ୟ କିଛି ପରାମର୍ଶ ଦେଇପାରିବ। ବିଶେଷଭାବରେ ଏହି ରୋବୋ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଅଧିକ ସହାୟକ ହୋଇପାରିବ ବୋଲି ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।