ଏଣିକି ଶୈବପୀଠରେ ଗଞ୍ଜେଇ ଅପବ୍ୟବହାର ଉପରେ ଲାଗିବ।ରୋକ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଏଣିକି ଶୈବପୀଠରେ ଗଞ୍ଜେଇର ଅପବ୍ୟବହାର ଉପରେ ରୋକ ଲାଗିବ। ଏ ନେଇ ରାଜ୍ୟ ସଂସ୍କୃତି ବିଭାଗ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛି । ମହାଦେବଙ୍କ ନିକଟରେ ଗଞ୍ଜେଇ ଭୋଗ ଲାଗେ । ମାତ୍ର ଯେପରି ମନ୍ଦିରରେ ବ୍ୟବହାର ନାଁରେ ଅପବ୍ୟବହାର ନହୁଏ, ସେ ଦିଗରେ ବିହିତ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ ଚିଠି ଲେଖାଯାଇଛି । ଗଞ୍ଜେଇର ଅପବ୍ୟବହାର ବନ୍ଦ ପାଇଁ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହାପରେ ସଂସ୍କୃତି ବିଭାଗ ପକ୍ଷରୁ ଜିଲାପାଳମାନଙ୍କୁ ଚିଠି ଲେଖାଯାଇଛି ।

Share