Categories: ବାଣିଜ୍ୟ

ଆକ୍ସିସ୍‌ ବ୍ୟାଙ୍କ ସହ ଅଲ୍‌ଟିଗ୍ରିନର ସହଭାଗିତା

ଭୁବନେଶ୍ୱର,୮।୮ : ଆକ୍ସିସ୍‌ ବ୍ୟାଙ୍କ ଏବଂ ଅଲ୍‌ଟିଗ୍ରିନ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଥିବା ଘୋଷଣା କରାଯାଇଛି। ବିଶେଷ କରି ଗ୍ରାହକମାନଙ୍କୁ ସୁହାଇବା ଭଳି ସ୍ବତନ୍ତ୍ର ଫାଇନାନ୍ସ ସୁବିଧା ପ୍ରଦାନ କରିବାସହ କାରବାର ବୃଦ୍ଧି ଆଦି ସମ୍ପର୍କରେ ଉକ୍ତ ସହଭାଗିତା ସ୍ଥାପନ ହୋଇଛି। ଏ ସମ୍ପର୍କରେ ଅଲ୍‌ଟିଗ୍ରିନ୍‌ର ସିଏଫ୍‌ଓ ଶୈଳେନ୍ଦ୍ର ଗୁପ୍ତା କହିଛନ୍ତି, ଆକ୍ସିସ୍‌ ବ୍ୟାଙ୍କର ରିଟେଲ ଫାଇନାନ୍ସ ସୁବିଧାକୁ ଉପସ୍ଥାପନ କରିଥିବାରୁ ଆମେ ବହୁତ ଖୁସି। ବର୍ତ୍ତମାନ ଅଲ୍‌ଟିଗ୍ରିନ୍‌ର ଗ୍ରାହକମାନେ ବ୍ୟାଙ୍କର ଆର୍ଥିକ ସମାଧାନ ସେବାକୁ ହାସଲ କରିପାରିବେ। ଆମର ଉଲ୍ଲେଖନୀୟ ବିକ୍ରି ପରବର୍ତ୍ତୀ ସେବା ଏବଂ ଆକ୍ସିସ୍‌ ବ୍ୟାଙ୍କର ଫାଇନାନ୍ସ ସେବାକୁ ନେଇ ଆମେ ଆମ ଗ୍ରାହକଙ୍କୁ ଉତ୍କର୍ଷ ପ୍ରଦାନ ଜାରି ରଖିବୁ। ସେହିଭଳି ଆକ୍ସିସ୍‌ ବ୍ୟାଙ୍କର ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ ଓ ରିଟେଲ୍‌ ବ୍ୟାଙ୍କିଙ୍ଗ୍‌ ମୁଖ୍ୟ ସୁମିତ ବାଲି କହିଛନ୍ତି, ଅଲ୍‌ଟିଗ୍ରିନ୍‌ ସହିତ ସହଭାଗିତା ସ୍ଥାପନ କରି ଆମେ ବହୁତ ଖୁସି। ବିଶେଷ କରି ପରିବେଶ ଅନୁକୂଳ ଗମନାଗମନ ସମାଧାନର ପ୍ରସାର କରିବାର ମିଳିତ ଲକ୍ଷ୍ୟ ଆମର ରହିଛି। ଇଲେକ୍ଟ୍ରିକ୍‌ ଯାନ ପାଇଁ ଫାଇନାନ୍ସ ସୁବିଧା ପ୍ରଦାନ କରିବା ଉପରେ ଆମେ ଗୁରୁତ୍ୱ ଦେଉଥିବା ବେଳେ ଏହି ସହଭାଗିତା ଜରିଆରେ ଆମେ ଆମର ଇଏସ୍‌ଜି ପ୍ରତିବଦ୍ଧତା ଆଡ଼କୁ ଆଉ କିଛି ପାଦ ଅଗ୍ରସର ହୋଇଛୁ। ଆମେ ଅଲ୍‌ଟିଗ୍ରିନ୍‌ର ଗ୍ରାହକମାନଙ୍କୁ ଉଭୟ ପାଇକାରୀ ଓ ଖୁଚୁରା କ୍ଷେତ୍ରରେ ସୁହାଇବା ଭଳି ଆର୍ଥିକ ସମାଧାନ ପ୍ରଦାନ ଜାରି ରଖିବୁ।

Share