‘ପୁଷ୍ପା-୨’ ପାଇଁ ଅଲୁ ଅର୍ଜୁନ ନେବେ ଏତିକି ଟଙ୍କା ଫି’

ଫିଲ୍ମ ‘ପୁଷ୍ପା-ଦ ରାଇଜ୍‌’ର ଜବରଦସ୍ତ ସଫଳତା ପରେ ଏବେ ଏହାର ଦ୍ୱିତୀୟ ଭାଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦର୍ଶକ ମଧ୍ୟ ପୁଷ୍ପା ୨କୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଫିଲ୍ମର ସ୍କ୍ରିପ୍ଟ କାମ ଚାଲିଛି। ପ୍ରଥମ ଅପେକ୍ଷା ଦ୍ୱିତୀୟ ଭାଗର ବଜେଟ୍‌ ଦୁଇ ଗୁଣା ଅଧିକ ରହିବ ବୋଲି ଚର୍ଚ୍ଚା ହେଉଛି। ଏହାସହ ଫିଲ୍ମ ‘ପୁଷ୍ପା-ଦ ରାଇଜ୍‌’ରେ ଚମତ୍କାର ଅଭିନୟ କରିଥିବା ଅଲୁ ଅର୍ଜୁନଙ୍କ ଫି’ ମଧ୍ୟ ଦ୍ୱିତୀୟ ଗାଭରେ ଯଥେଷ୍ଟ ବଢାଯାଇଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ପୁଷ୍ପା ୨ର ବଜେଟ ୪୦୦ କୋଟି ଟଙ୍କା ହେବ। ଅନ୍ୟପକ୍ଷରେ ଅଲୁ ଅର୍ଜନ ଏହି ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ଦାବି କରିଛନ୍ତି। ଯଦି ଏହା ହୁଏ, ତେବେ ଏହା ତାଙ୍କର ସର୍ବୋଚ୍ଚ ଫି’ ହେବ।
ପୁଷ୍ପା ଭାଗ ୧ର ବଜେଟ ୨୦୦-୨୫୦ କୋଟି ଥିଲା। ଅଲୁ ଅର୍ଜୁନ ଏଥିପାଇଁ ୩୫କୋଟି ଟଙ୍କା ନେଇଥିଲେ। ପୁଷ୍ପାଙ୍କର ଦ୍ୱିତୀୟ ଭାଗ ୨୦୨୩ ମସିହାରେ ମୁକ୍ତିଲାଭ କରିବ। ଏହା ଉପରେ କାର୍ଯ୍ୟ ଚାଲିଛି। ଡିସେମ୍ବର ୨୦୨୧ରେ ପୁଷ୍ପା ଭାଗ ୧ ରିଲିଜ ହୋଇଥିଲା। ନିର୍ମାତାମାନେ କହିଥିଲେ ଯେ ଏହାର ଦ୍ୱିତୀୟ ଭାଗ ମଧ୍ୟ ଡିସେମ୍ବରରେ ମୁକ୍ତିଲାଭ କରିବ। କେଜିଏଫ ୨ର ସଫଳତା ପରେ ନିର୍ମାତାମାନେ ପୁଷ୍ପା ୨ର ସ୍କ୍ରିପ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share