Categories: ଜାତୀୟ

ନୀତୀଶଙ୍କୁ ଭେଟିଲେ ଲାଲୁ ଯାଦବ

ପାଟନା,୨୮।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଗୁରୁବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିଜେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଆରଜେଡି ସୁପ୍ରିମୋ ନୀତୀଶ କୁମାରଙ୍କୁ ଭେଟି ପ୍ରାୟ ୩୦ ମିନିଟ୍‌ ଆଲୋଚନା କରିଛନ୍ତି। ନୀତୀଶ କୁମାର ବାରମ୍ବାର ରାବ୍ରି ବାସଭବନରେ ପହଞ୍ଚ ଲାଲୁଙ୍କୁ ସାକ୍ଷାତ କରୁଥିବା ବେଳେ ଆଜି ଲାଲୁ ନିଜେ ସାକ୍ଷାତ କରିବାକୁ ଆସିଛନ୍ତି। ଏହି ସମୟରେ ୨ ନେତାଙ୍କ ସାକ୍ଷାତକୁ ନେଇ କଳ୍ପନାଜଳ୍ପନାର ମଧ୍ୟ ତୀବ୍ର ହୋଇଛି।

ସୂଚନାଯୋଗ୍ୟ, ନୀତୀଶ କୁମାର ଲାଲୁ ଯାଦବଙ୍କୁ ଭେଟିବା ପାଇଁ ବାରମ୍ବାର ରାବ୍ରି ବାସଭବନକୁ ଯାଉଛନ୍ତି। ଗତ ସୋମବାର (ସେପ୍ଟେମ୍ବର ୨୫) ରାବ୍ରି ବାସଭବନରେ ମଧ୍ୟ ଲାଲୁ ଯାଦବ ଏବଂ ନୀତୀଶ କୁମାରଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ନୀତୀଶ କୁମାରଙ୍କ ସହ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ। କୁହାଯାଉଛି ଯେ ଏହି ସମୟରେ ନୀତୀଶ କୁମାର ଲାଲୁ ଯାଦବଙ୍କ ସହ ବିରୋଧୀ ଏକତା, ୨୦୨୪ ଲୋକ ସଭା ନିର୍ବାଚନ ଏବଂ ଇଣ୍ଡିଆ ମେଣ୍ଟର ପ୍ରସାର ସମ୍ପର୍କରେ କଥା ହୋଇଥିଲେ। ଲାଲୁଙ୍କ ସ୍ବାସ୍ଥ୍ୟ ବିଷୟରେ ମଧ୍ୟ ନୀତୀଶ ପଚାରି ବୁଝିଥିଲେ।

Share