Categories: ଜାତୀୟ

ଆଲୁମିନିୟମ କାରଖାନାରେ ବିସ୍ଫୋରଣ: ୨ ମୃତ

ହଜାରିବାଗ,୨୩ା୯: ଝାଡ଼ଖଣ୍ଡର ହଜାରିବାଗ ଜିଲାରେ ଥିବା ଏକ ଆଲୁମିନିୟମ କାରଖାନାର ବଏଲରରେ ଶୁକ୍ରବାର ବିସ୍ଫୋରଣ ଘଟି ୨ ଜଣଙ୍କ ଜୀବନ ଯାଇଛି। ଅପରାହ୍ନ ୧ଟା ପରେ ଏହି ବିସ୍ଫୋରଣ ଘଟିଥିବାବେଳେ ଏହାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏହାର ତଦନ୍ତ ଚାଲିଥିବା ଏସ୍‌ପି ମନୋଜ ରତନ ଚୋଥେ କହିଛନ୍ତି। ପୋଲିସ ଫ୍ୟାକ୍ଟ୍ରି ମାଲିକଙ୍କ ନାଁରେ ମାମଲା ରୁଜୁ କରିଛି। ମୃତକ ରଞ୍ଜିତ୍‌ ଠାକୁର ଏବଂ ସୁଖଦେଓ ସାଓଙ୍କ ଘର ବିହାରର ଗୟା ଜିଲାରେ।

Share