Categories: ବାଣିଜ୍ୟ

ଆଲୁମିନିୟମ ଫଏଲ ପ୍ରସ୍ତୁତ କରିବ ଶ୍ୟାମ ମେଟାଲିକ୍ସ

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଏସ୍‌-ଇ-ଏଲ୍‌ ଟାଇଗର ଟିଏମ୍‌ଟି ରି-ବାର୍ସ ନିର୍ମାତା ଓ ବିକ୍ରେତା ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍‌ ଲିଥିୟମ-ଆୟନ ସେଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବ୍ୟାଟେରି-ଗ୍ରେଡ୍‌ ଆଲୁମିନିୟମ ଫଏଲ ନିର୍ମାଣ ସହ ଶକ୍ତି ମହଜୁଦ କ୍ଷେତ୍ରକୁ ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। କୋଲକାତାଠାରେ ଅବସ୍ଥିତ ଶ୍ୟାମ ମେଟାଲିକ୍ସ ସମନ୍ବିତ ଧାତୁ ଉପତ୍ାଦନ କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ରହିଛି ଏବଂ ଏହା ଭାରତ ସରକାରଙ୍କ ଆମତ୍ନିର୍ଭର ଭାରତ ପ୍ରୟାସରେ ବ୍ୟାଟେରି ଶକ୍ତି ମହଜୁଦ କ୍ଷେତ୍ର ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଘରୋଇ ଅବଦାନକାରୀ ଭୂମିକା ନେବାକୁ ଯାଉଛି।

ଶିଳ୍ପରେ ଅନେକ କ୍ଷେତ୍ରରେ ନବୋନ୍ମେଷକାରୀ ଶ୍ୟାମ ମେଟାଲିକ୍ସ ନିଜର ସର୍ବାଧୁନିକ ଏସ୍‌-ଇ-ଏଲ୍‌ ଟାଇଗର ଟିଏମ୍‌ଟି ରି-ବାର୍‌ ସହ ନିର୍ମାଣ ଶିଳ୍ପରେ ବିପ୍ଳବ ସୃଷ୍ଟି କରିବା ନେଇ ବିଶେଷ ସୁଖ୍ୟାତି ଅର୍ଜନ କରିଛି ଏବଂ ଏହା ବିବିଧ ଶିଳ୍ପ ପ୍ରୟୋଗ ନିମନ୍ତେ ଆଲୁମିନିୟମ ଫଏଲର ଏକ ପ୍ରମୁଖ ଉପତ୍ାଦନକାରୀ ଏବଂ ରପ୍ତାନିକାରୀ ହୋଇଛି। ବାର୍ଷିକ ପ୍ରଭାବୀ ୨୦,୦୦୦ ଟନ୍‌ ଉପତ୍ାଦନ କ୍ଷମତା ଥିବା ଶ୍ୟାମ ମେଟାଲିକ୍ସ ବିଶ୍ୱ ଲିଥିୟମ-ଆୟନ ସେଲ୍‌ ବଜାରରେ କଞ୍ଚାମାଲ କ୍ଷେତ୍ରରେ ଭାରତ ପାଇଁ ଏକ ଉଲ୍ଲେଖନୀୟ ଅଂଶ ସୁରକ୍ଷିତ କରିବାକୁ ସମର୍ଥ ଏବଂ ୨୦୩୦ ସୁଦ୍ଧା ଏହାର କ୍ଷମତା ବାର୍ଷିକ ୬୫୦୦ ଜିଡବ୍ଲ୍ୟୁଏଚ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।

ବ୍ୟାପକ ବର୍ଗର ବୈଦ୍ୟୁତିକ ଯାନବାହନ ଏବଂ ଶକ୍ତି ମହଜୁଦ ବ୍ୟବସ୍ଥାକୁ ଶକ୍ତି ଯୋଗାଉଥିବା ୧ ଜିଡବ୍ଲ୍ୟୁଏଚ୍‌ (ଗିଗାୱାଟ୍‌-ଆୱାର) ଏଲ୍‌ଏଫ୍‌ପି (ଲିଥିୟମ-ଆଇରନ-ଫସ୍‌ଫେଟ୍‌) ସେଲ୍‌  ନିମନ୍ତେ ୩୫୦ ଟନ ଅତି ଉଚ୍ଚ ଶୁଦ୍ଧତା ଏବଂ ସମାନ ମୋଟେଇ ଥିବା ଆଲୁମିନିୟମ ଫଏଲ ଆବଶ୍ୟକ, ଯାହା ଏକ ପଜିଟିଭ (କ୍ୟାଥୋଡ୍‌) କରେଣ୍ଟ ସଂଗ୍ରହକାରୀ ଭାବେ କାର୍ଯ୍ୟ କରିଥାଏ।

Share