Categories: ଜାତୀୟ

ଅଲୱର ନାବାଳିକା ମାମଲାର ନୂଆ ମୋଡ: ଭିନ୍ନ କଥା କହୁଛି ମେଡିକାଲ ବୋର୍ଡ ଯାଞ୍ଚ ରିପୋର୍ଟ

ଅଲୱର,୧୫ ।୧: ରାଜସ୍ଥାନର ଅଲୱରରେ ମାନସିକ ବିକାର ଗ୍ରସ୍ତ ଜଣେ ନାବାଳିକାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଅନୁମାନ କରାଯାଉଥିଲା କି ସେ ବଳାତ୍କାରର ଶିକାର ହୋଇଛନ୍ତି । ହେଲେ ଶୁକ୍ରବାର ପୋଲିସ କହିଛି ଏହି ମାମଲାରେ ମେଡିକାଲ ବୋର୍ଡ ଯେଉଁ ରିପୋର୍ଟ ଦେଇଛି ସେଥିରେ ବଳାତ୍କାର ହୋଇଥିବା କଥା ଉଲ୍ଲେଖ କରାଯାଇ ନାହିଁ । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନାବାଳିକା ଜଣକ ନିଜେ ଘରୁ ବାହାରି ସହର ପର୍ଯ୍ୟନ୍ତ ଅଟୋରେ ଯାଇଥିଲେ । ଏହାର କିଛି ଭିଡିଓ ଓ ଟେକନିକାଲ ପ୍ରମାଣ ମିଳିଛି । କିନ୍ତୁ ସେ ପୋଲ ଉପରେ ଆହତ ଅବସ୍ଥାରେ କିପରି ପଡିଲେ ସେ ନେଇ ଯାଞ୍ଚ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ, ୧୪ ବର୍ଷର ଜଣେ ମାନସିକ ବିକାର ଗ୍ରସ୍ତ ନାବାଳିକାଙ୍କୁ ରାତିରେ ଅଲୱର ଜିଲାର ମାଲାଖେଡା ଥାନା ଅଞ୍ଚଳରେ ଗୋଟିଏ ପୋଲ ଉପରେ ଅସଞ୍ଜତ ଅବସ୍ଥାର ପଡିଥିବା ବେଳେ ଉଦ୍ଧାର କରାଯାଇଥିଲା । ଏହାସହ ତାଙ୍କ ଶରୀରରେ ଗଭିର ଆଘାତ ଲାଗିଥିଲା । ଏବେ ଜୟପୁର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

Share