ମୁମ୍ବାଇ: ସାରା ଦେଶରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ପୌରାଣିକ ଫିଲ୍ମ ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଯିବା ଦାବିରେ ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କ ଏକ ଭିଡିଓ ଚର୍ଚ୍ଚାରେ ରହିଛି। ରାମନାଥ ସାଗରଙ୍କ ରାମାୟଣରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ ‘ଆଦିପୁରୁଷ’ ବିଷୟରେ କହିବାକୁ ଚାହାନ୍ତି ନାହିଁ। ସେ ଏହା କହିବାକୁ ଚାହାନ୍ତି କି, ରାମାୟଣଙ୍କୁ ଆଗାମୀ ଦିନରେ ପୁନଃ ନିର୍ମାଣ କରା ନ ଯାଉ। ରାମାୟଣ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ଏହା ଆମର ବିଶ୍ୱାସ ସହ ଜଡ଼ିତ।
ଦୀପିକା କହିଛନ୍ତି, ‘ଅନେକ ଦିନ ଧରି ମୁଁ ଏହା ନ କରିବାକୁ ଚିନ୍ତା କରୁଥିଲି। ମୁଁ ଅନୁଭବ କଲି ଯେ ମୁଁ କହିବା ଉଚିତ୍ ନୁହେଁ … ମୁଁ ଆଦିପୁରୁଷ ବିଷୟରେ କିଛି କହିବାକୁ ଚାହେଁ ନାହିଁ । ମୁଁ ଏହି ଫିଲ୍ମ ମଧ୍ୟ ଦେଖି ନାହିଁ। ମୁଁ କେବଳ ଭବିଷ୍ୟତ ବିଷୟରେ କହୁଛି। ରାମାୟଣ ପ୍ରତ୍ୟେକ ଆଗାମୀ ଦୁଇ ବର୍ଷରେ ତିଆରି ହୁଏ। ସେ ଏକ ଟିଭି ସିରିଏଲ ହେଉ କିମ୍ବା ଫିଲ୍ମ। ଆମ ସନାତନଧର୍ମୀଙ୍କ ପାଇଁ ଏକ ଐତିହ୍ୟ। ସେଥିପାଇଁ ମୁଁ ଭାବୁଛି, ରାମାୟଣକୁ ବର୍ତ୍ତମାନ ପୁନଃ ତିଆରି କରାଯିବା ଉଚିତ ନୁହେଁ, କାରଣ ଯେତେବେଳେ ବି ରାମାୟଣ ତିଆରି ହୁଏ, ସେତେବେଳେ ଏହାକୁ ନେଇ କିଛି ନା କିଛି ବିବାଦ ଉପୁଜେ।
ଦୀପିକା ଆହୁରି ମଧ୍ୟ କହିଛନ୍ତି, ‘ରାମାୟଣ ଏପରି ଏକ ବିଷୟ, ଯାହା ପୂଜାପାଠ ଯୋଗ୍ୟ। ସେ ରାମ ଜୀ, ମାତା ସୀତା କିମ୍ବା ହନୁମାନ ଜୀ ହୁଅନ୍ତୁ। ଫିଲ୍ମ ନିର୍ମାଣ କରିବା ପରିବର୍ତ୍ତେ, ରାମାୟଣକୁ ବିଦ୍ୟାଳୟ, କଲେଜ ଏବଂ ଅନୁଷ୍ଠାନରେ ଦେଖାଇବା ଏବଂ ଶିକ୍ଷା ଦିଆଯିବା ଉଚିତ। ଯାହାଫଳରେ ଆଗାମୀ ପିଢ଼ି ଭଲ ଶିକ୍ଷା ପାଇବେ। ମୁଁ କେବଳ କହିବାକୁ ଚାହେଁ, ମୁଁ କାହାକୁ ସୂଚାଇବାକୁ ଚାହେଁ ନାହିଁ। ଦୀପିକାଙ୍କ ଏହି ଭିଡିଓରେ ପ୍ରଶଂସକମାନେ ବହୁତ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ଅଧିକ ଲୋକ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।