Categories: ଫୁରସତ

ରାସ୍ତାରେ କ୍ରିକେଟ୍‌ ଖେଳିଲେ ଗୁଗଲ ସିଇଓ

ସମଗ୍ର ବିଶ୍ୱରେ କ୍ରିକେଟ ଖେଳ ଲୋକପ୍ରିୟ। କିନ୍ତୁ ଭାରତରେ ଏହି ଖେଳ ପାଇଁ କ୍ରେଜ ବୋଶୀ। ଦେଶରେ କୌଣସି ବ୍ୟକ୍ତି ନାହାଁନ୍ତି ଯିଏ କି ପିଲାଦିନରେ କ୍ରିକେଟ ଖେଳି ନାହାଁନ୍ତି। ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏହାର ବଳିଷ୍ଠ ଉଦାହରଣ। ଏତେ ବଡ ବଦବୀରେ ଥାଇ ମଧ୍ୟ କ୍ରିକେଟ ପ୍ରତି ତାଙ୍କର ପ୍ରେମ ଆଜି ବି ଜୀବନ୍ତ ରହିଛି। ସେ କ୍ରିକେଟ ପ୍ରତି ନିଜର ପ୍ରେମକୁ ଅନେକ ଥର ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ଅନ୍ୟ କ୍ରିକେଟ ପ୍ରଶଂସକଙ୍କ ପରି ବିଶ୍ୱର ଏକ ଅଗ୍ରଣୀ ଆଇଟି କମ୍ପାନୀର ସିଇଓ ଥିବା ପିଚାଇ କ୍ରିକେଟ ଖେଳିବାର ସୁଯୋଗ ହାତଛଡ଼ା କରନ୍ତି ନାହିଁ। ନିକଟରେ ସେ ରାସ୍ତାରେ କ୍ରିକେଟ ଖେଳିଥିଲେ। ସେ ଏହାର ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଶେୟାର କରିଛନ୍ତି। ଗୁଗୁଲ ମୁଖ୍ୟାଳୟରେ ପିଚାଇ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଥିଲା। ସେ କହିଛନ୍ତି, ମୁଁ ସବୁବେଳେ କ୍ରିକେଟ ଖେଳିବାର ସୁଯୋଗକୁ ଭଲପାଏ। କ୍ରିକେଟ ଖେଳିବା ପାଇଁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରିଥିବାରୁ ପ୍ରଶଂସକମାନେ ପିଚାଇଙ୍କୁ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ, ପିଚାଇ ମାଡ୍ରାସ (ଏବେ ଚେନ୍ନାଇ)ରେ ଜନ୍ମଗ୍ରହଣ କରିଥିଲେ। ଆମେରିକା ଯିବା ପୂର୍ବରୁ ସେ ଆଇଆଇଟି ଖରାଗପୁରରୁ ବି-ଟେକ୍‌ ଡିଗ୍ରୀ କରିଥିଲେ। ସେ ଷ୍ଟାନଫୋର୍ଡ ୟୁନିଭରସିଟିରୁ ମାଟେରିଆଲ୍‌ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏବଂ ପରେ ହାର୍ଟଟନ ସ୍କୁଲରୁ ଏମବିଏ କରିଥିଲେ। ସେ ୨୦୦୪ ରେ ଗୁଗୁଲରେ ନିଯୁକ୍ତି ପାଇଥିଲେ।

Share