ରବିବାର ଛାଡ଼ି ସବୁଦିନ ଟିକାକରଣ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଏଥର ରବିବାର ଓ ଛୁଟିଦିନକୁ ଛାଡ଼ି ସବୁଦିନ ଟିକାକରଣ କରାଯିବ ବୋଲି ସୋମବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ରାଜ୍ୟରେ ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି।

ବର୍ତ୍ତମାନ ରାଜ୍ୟରେ ୭୦୦ ସେଣ୍ଟର ଚାଲୁରହିଛି। ଏହାକୁ ଆହୁରି ବଢ଼ାଇ ୧ ହଜାର କରାଯିବ। କାରଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଏବେ ସୁଦ୍ଧା ରାଜ୍ୟରେ ୯୧ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଏବଂ ୮୦ ପ୍ରତିଶତ ସମ୍ମୁଖ ଯୋଦ୍ଧା ଟିକା ନେଇ ସାରିଲେଣି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ।

Share