ହ୍ରିତିକ୍‌ଙ୍କୁ ଛାଡ଼ିବା ପରେ ୧୦ ବର୍ଷ ସାନ ଏହି ବ୍ୟକ୍ତିଙ୍କ ପ୍ରେମରେ ସୁଜୈନ୍‌; ଏବେ କହିଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ସୁଜୈନ ଖାନ୍‌। ଅଭିନେତା ତଥା ସ୍ବାମୀ ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ସେ ନିଜଠାରୁ ୧୦ ବର୍ଷ ସାନ ଅର୍ସଲାନ ଗୋନିଙ୍କୁ ମନ ଦେଇଛନ୍ତି। ଏପରି କିଛି ଚର୍ଚ୍ଚା ଏବେ ବଲିଉଡ୍‌ର ଗଳିକନ୍ଦିରେ ହେଉଛି। ଉଭୟ ଏକାଠି ଡେଟ୍‌ରେ ଯାଉଛନ୍ତି। ଜନ୍ମଦିନ ହେଉ ଅବା ବିଦେଶରେ ଛୁଟି କାଟିବାକୁ ମଧ୍ୟ ସେମାନଙ୍କୁ ଏକାଠି ଦେଖିବାକୁ ମିଳୁଛି। ନିକଟରେ କରୋନା ସଂକ୍ରମିତ ହୋଇଛନ୍ତି ସୁଜୈନ। ଏହାକୁ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ ଲେଖିଥିଲେ। ଏଥିରେ କମେଣ୍ଟ କରି ଅର୍ସଲାନ ଲେଖିଛନ୍ତି, ତୁମେ ଶୀଘ୍ର ସୁସ୍ଥ ହୋଇଯିବ। ଏହା ସହ ହୃଦୟ ଏବଂ ଚୁମ୍ବନର ଇମୋଜି ଦେଇଛନ୍ତି।

ଅର୍ସଲାନଙ୍କୁ ସୁଜୈନଙ୍କ ସହ ସମ୍ପର୍କକୁ ନେଇ ଏକ ସାକ୍ଷାତକାରରେ ପଚରାଯାଇଥିଲା। ସେ କହିଥିଲେ, ମୁଁ ସାଧାରଣତଃ ଏହି କଥା ଉପରେ କହିବାକୁ ପସନ୍ଦ କରେନାହିଁ। ମୁଁ ଏହି କଥା ସବୁବେଳେ ଶୁଣୁଛି। ବନ୍ଧୁମାନେ ମୋତେ ଲେଖା ପଠାଉଛନ୍ତି। ହେଲେ ଯଦି ଦୁଇଜଣ ଲୋକ ସୁଖୀ ଜୀବନ ବିତାଉଛନ୍ତି ତେବେ ଅସୁବିଧା କେଉଁଠି। ଏସବୁ ଦେଖିଲେ ପ୍ରେମ ଏବେ ଖୁଲମ୍‌ଖୁଲ୍ଲା ଚାଲିଥିବା ନେଇ ସ୍ପଷ୍ଟ ହେଉଛି।

Share