ବେବି ଗର୍ଲର ନାମ ରିଭିଲ କଲେ ରାମ ଚରଣ ଖୁସିରେ ଝିଅକୁ ଡାକିବେ କଲିନ କାରା

ମୁମ୍ବାଇ: ବଲିଉଡ ଅଭିନେତା ରାମ ଚରଣ ଓ ଉପାସନା ୨୦ ଜୁନରେ ପ୍ୟାରେଣ୍ଟସ ହୋଇଛନ୍ତି । ଦୀର୍ଘ ୧୧ ବର୍ଷ ପରେ ଉପାସନା ଏକ ବେବି ଗର୍ଲକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ଶେୟାର କରି ରାମ ଚରଣ ଝିଅର ଜନ୍ମ ସମ୍ପର୍କରେ ସୂଚନା ଦେଇଥିଲେ। ଶୁକ୍ରବାର ଏହି ସାଉଥ ହିରୋ ତାଙ୍କ କନ୍ୟା ରତ୍ନର ନାମକରଣ ସମାରୋହର ଆୟୋଜନ କରିଥିଲେ। ଏହାର କିଛି ଝଲକ ଉପାସନା ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ଦେଖାଇଛନ୍ତି। ଏବେ ରାମ ଚରଣ ଓ ଉପାସନା ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଝିଅର ନାମ ରିଭଲ କରିଛନ୍ତି। ଏହାସହ ସେମାନେ ନାମକରଣ ସେରିମନିର ଫଟୋ ବି ଶେୟାର କରିଛନ୍ତି। ଏଥିରେ ଝିଅ ସହ ତାଙ୍କ ଜେଜେ-ଜେଜେମା ଓ ଆଇ-ଅଜା ନଜର ଆସିଛନ୍ତି।

ରାମ ଚରଣ ତାଙ୍କ ଝିଅକୁ ବହୁତ ସୁନ୍ଦର ନାମ ଦେଇଛନ୍ତି। ସେମାନେ ଝିଅର ନାମ କଲିନ କାରା କୋନିଡେଲା ରଖିଛନ୍ତି। ପୋଷ୍ଟ ଶେୟାର କରିବାବେଳେ ଉପସାନା ଲେଖିଥିଲେ – ଲଲିତା ସାହସ୍ରନାମରୁ ନିଆଯାଇଥିବା ଏହି ନାମର ଅର୍ଥ ହେଉଛି ଶକ୍ତିର ପ୍ରତୀକ ଯାହା ଆଧ୍ୟାତ୍ମିକ ଜାଗରଣ ଆଣିଥାଏ। ଗ୍ରାଣ୍ଡ ପ୍ୟାରେଣ୍ଟସଙ୍କ ଠାରୁ ଆମ ଝିଇକୁ ବହୁତ ସାରା ଆଶୀର୍ବାଦ।

ଫଟୋରେ ଥିବା ସମସ୍ତ ପରିବାର ସଦସ୍ୟ ପାରମ୍ପାରିକ ପୋଷାକରେ ନଜର ଆସିଛନ୍ତ। ସମସ୍ତଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରିହୋଇପଡିଛି। ଯଦିଓ ରାମ ଚରଣ ପ୍ରଶଂସକଙ୍କୁ ତାଙ୍କ ଝିଅର ଚେହେରା ଦେଖାଇ ନାହାଁନ୍ତି । କଲିନଙ୍କର ପ୍ରଥମ ଝଲକ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତାଙ୍କ ପୋଷ୍ଟରେ କମେଣ୍ଟ କରି ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share