Categories: ଜାତୀୟ

ଲୋକ ସଭାରୁ ଇସ୍ତଫା ଦେଲେ ଅଖିଳେଶ-ଆଜମ

ଲକ୍ଷ୍ନୌ,୨୨।୩: ସମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଲୋକ ସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟି ଅଖିଳେଶ ସଂସଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ୨୦୧୯ରେ ସେ ଆଜମଗଡରୁ ଲୋକ ସଭା ନିର୍ବାଚନରେ ଜିତି ସଂସଦରେ ପହଞ୍ଚିଥିଲେ। ସେହିପରି ଦଳର ନେତା ଆଜମ ଖାନ ମଧ୍ୟ ସଂସଦର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଅଖିଳେଶ ଯାଦବ ପ୍ରଥମ ଥର ପାଇଁ କରହଲ ଆସନରୁ ୟୁପି ବିଧାନସଭା ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ବର୍ତ୍ତମାନ ସେ ଲୋକ ସଭା ସଦସ୍ୟତା ପଦରୁ ଇସ୍ତଫା ଦେଇ ବିଧାନସଭାରେ ବିରୋଧୀଙ୍କ ଭୂମିକା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share