Categories: ଖେଳ

ଅମିୟଙ୍କ ଜାତୀୟ ରେକର୍ଡ ଭାଙ୍ଗିଲେ ଅମ୍ଳାନ

ଭୁବନେଶ୍ୱର, ୨୯।୮ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ରାଇ ବରେଲିରେ ଅନୁଷ୍ଠିତ ୮୭ତମ ସର୍ବଭାରତୀୟ ଆନ୍ତଃ-ରେଲଓ୍ବେ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୦୦ ମିଟରକୁ ୧୦.୨୫ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି ଆସାମର ଅମ୍ଳାନ ବୋରଗୋହେନ। ସମ୍ପ୍ରତି ଓଡ଼ିଶା ହାଇ ପରଫରମାନ୍ସ ସେଣ୍ଟରେ ଟ୍ରେନିଂ ନେଉଥିବା ଅମ୍ଳାନ ଏ କ୍ଷେତ୍ରରେ ଅନ୍ୟତମ ଓଡ଼ିଆ ଖେଳାଳି ଅମିୟ ମଲିକଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୧୬ରେ ଅମିୟ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୦.୨୬ ସେକେଣ୍ଡ ସମୟ ନେଇ ଦୀର୍ଘ ୬ ବର୍ଷ ଧରି ଜାତୀୟ ରେକର୍ଡର ଅଧିକାରୀ ଥିଲେ। ୨୪ ବର୍ଷୀୟ ଅମ୍ଳାନଙ୍କ ନାମରେ ୨୦୦ ମିଟରର ଜାତୀୟ ରେକର୍ଡ ମଧ୍ୟ ରହିଛି। ୧୦୦ ମିଟରରେ ପୂର୍ବରୁ ତାଙ୍କର ଶ୍ରେଷ୍ଠ ଟାଇମିଂ ଥିଲା ୧୦.୩୪ ସେକେଣ୍ଡ। ଅମ୍ଳାନ ଏବେ କିଟ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ସଂଯୋଗ ବଶତଃ ସେ କିଟ୍‌ର ଅନ୍ୟତମ ଛାତ୍ର ଅମିୟଙ୍କ ରେକର୍ଡ ଭାଙ୍ଗିଛନ୍ତି।

Share