ଜିମ୍‌ରେ ଅଭିନେତା ଅମାନ ଧାଲିଓ୍ବାଲଙ୍କ ଉପରେ ଆକ୍ରମଣ, ଭିଡିଓ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘ଯୋଦ୍ଧା ଅକବର’ ଫେମ୍‌ ଅମାନ ଧାଲିଓ୍ବାଲଙ୍କ ଉପରେ ଗୁରୁବାର କାଲିଫର୍ନିଆର ଏକ ଜିମ୍‌ରେ ଆକ୍ରମଣ ହୋଇଛି। ଜଣେ ବ୍ୟକ୍ତି କୁରାଡି ଧରି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଭିଡିଓରେ ଆକ୍ରମଣକାରୀ ନୀଳ ରଙ୍ଗର ହୁଡିରେ ଅଭିନେତାଙ୍କ ହାତ ଧରିଥିବା ବେଳେ ପାଣି ପାଇଁ ପାଟି କରିଥିବାର ନଜର ଆସିଛନ୍ତି। ଏପରିକି ଆକ୍ରମଣକାରୀ ଉଚ୍ଚ ସ୍ବରରେ ଚିତ୍କାର କରି କହୁଛନ୍ତି, ଦୟାକରି ଆମକୁ ସମ୍ମାନ ଦିଅ। ମୋତେ ପାଣି ଦିଅ, ମୁଁ ପାଣି ଚାହେଁ,। ଏହା ପରେ ଆକ୍ରମଣକାରୀ ମଧ୍ୟ ୩୬ ବର୍ଷୀୟ ଅଭିନେତାଙ୍କ ଉପରେ ପରେ ଜିମ୍‌ରେ ଅନ୍ୟମାନଙ୍କ ଉପରେ ଜୋରରେ ପାଟି କରିଥିଲେ। ଏହାପରେ ସେ କୁରାଡିରେ ଅଭିନେତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଜିମ୍‌ରେ ଥିବା ଲୋକେ ଆକ୍ରମଣକାରୀଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ତେବେ ଆକ୍ରମଣକାରୀ ଜଣଙ୍କ ଗିରଫ ହୋଇଥିବା ଜଣାପଡିଛି।

Share