Categories: ଜାତୀୟ

କାର୍ଯ୍ୟକାଳ ଶେଷ ପୂର୍ବରୁ ଇସ୍ତଫା

ନୂଆଦିଲ୍ଲୀ,୫।୩: ଭାରତର ଅତିରିକ୍ତ ସଲିସିଟର ଜେନେରାଲ ପଦରୁ ବରିଷ୍ଠ ଆଇନଜୀବୀ ଅମନ ଲେଖି ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ସେ ଇସ୍ତଫାର କାରଣ ସମ୍ପର୍କରେ ଉଲ୍ଲେଖ କରି ନାହାନ୍ତି।

ବରିଷ୍ଠ ଆଇନଜୀବୀ ଅମନ ୨୦୧୮ ମାର୍ଚ୍ଚରେ ଅତିରିକ୍ତ ସଲିସିଟର ଜେନେରାଲ ପଦବୀରେ ନିଯୁକ୍ତ ହୋଇଥିଲେ। ୨୦୨୦ ଜୁଲାଇରେ ତାଙ୍କୁ ପୁନଃନିଯୁକ୍ତି ଦିଆଯାଇଥିଲା। ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍‌ ୩୦ ପର୍ଯ୍ୟନ୍ତ ଥିଲା। ଆଇନଜୀବୀ ଅମନ କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି, ୨ଜି ସ୍ପେକ୍ଟ୍ରମ ଦୁର୍ନୀତି ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ସରକାରଙ୍କ ପ୍ରତିନିଧିତ୍ୱ କରିଥିଲେ।

Share