Categories: ଜାତୀୟ

ଜେଲ ଗଲେ ଏଏପି ବିଧାୟକ

ନୂଆଦିଲ୍ଲୀ,୧୩ ।୫: ରାଜଧାନୀ ଦିଲ୍ଲୀରେ ବୁଲଡୋଜର ଚାଳନାକୁ ବିରୋଧ କରୁଥିବା ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ଅମାନତୁଲ୍ଲାହ ଖାଁ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ଏମ୍‌ସିଡିରେ ଅବୈଧ ନିର୍ମାଣ ଉଚ୍ଛେଦ ସମୟରେ ଦଙ୍ଗା କରିବା ଓ ସରକାରୀ କାମରେ ବାଧା ସୃଷ୍ଟି କରିବା ଧାରା ଆଧାରରେ ମାମଲା ରୁଜ୍ଜୁ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି । ପ୍ରଥମେ ଏମାନଙ୍କୁ ପୋଲିସ ହେପାଜତକୁ ନିଆଯାଇଥିବା ବେଳେ ପରେ ଗିରଫ କରାଯାଇ, କୋର୍ଟରେ ହାଜର ହେବା ପରେ ତିହାର ଜେଲକୁ ପଠାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ଦିଲ୍ଲୀର ମଦନପୁର ଅଞ୍ଚଳରେ ଅବୈଧ ନିର୍ମାଣ ଉଚ୍ଛେଦ ସମୟରେ ସେଠାରେ ଏହାକୁ ବିରୋଧ କରାଯିବା ସହ ପୋଲିସ ଉପରକୁ ପଥରଫିଙ୍ଗା ଯାଇଥିଲା । ଫଳରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା । ତେବେ ସେଠାରେ ଭିଡକୁ କଣ୍ଟ୍ରୋଲ କରିବା ସମୟରେ ପୋଲିସ କେତେଜଣଙ୍କୁ ଉଠାଇ ନେବା ବେଳେ ଏଏପି ବିଧାୟକ ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ବି ପୋଲିସ ଉଠାଇ ନେଇଥିଲା । ପରେ ଦଙ୍ଗା କରିବା ଓ ସରକାରୀ କାମରେ ବାଧା ସୃଷ୍ଟି କରିବା ଧାରାରେ ତାଙ୍କୁ ଗିରଫ କରାଯାଇଥିଲା ।

Share