Categories: ଜାତୀୟ

ଏଏପି ବିଧାୟକ ଅମାନତୁଲ୍ଲାହ ଖାଁ ଦିଲ୍ଲୀ ପୋଲିସ ପାଇଁ ବ୍ୟାଡ କ୍ୟାରେକ୍ଟର

ନୂଆଦିଲ୍ଲୀ,୧୩ ।୫: ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲାହ ଖାଁଙ୍କୁ ଦିଲ୍ଲୀ ପୋଲିସ ବିସି ବା ବ୍ୟାଡ କ୍ୟାରେକ୍ଟର ବୋଲି ଘୋଷଣା କରିଛି । ୩୦ ମାର୍ଚ୍ଚରେ ଡିସିପି ଅମାନତୁଲ୍ଲାହ ଖାଁଙ୍କୁ ବିସି ଘୋଷଣା କରିବା ପ୍ରସ୍ତାବକୁ ଆପ୍ରୁଭ କରି ଦେଇଛନ୍ତି । ଅମାନତୁଲ୍ଲାହ ଖାଁଙ୍କ ବିରୋଧରେ ୧୮ ଆପରାଧିକ ମାମଲା ରହିଛି । ଦିଲ୍ଲୀ ପୋଲିସ ଦାବି କରିଛି ଯେ ଅମାନତୁଲ୍ଲାହ ଖାଁ ଜଣେ ହାବିଚୁଆଲ ଅଫେଣ୍ଡର ଅଟନ୍ତି । ତାଙ୍କ ଉପରେ ଜମି ହଡପ କରିବା ଓ ମାରପିଟ କରିବା ମାମଲା ରହିଛି ।
ଏସଏଚଓ ଜାମିଆ ନଗର ପକ୍ଷରୁ ୨୮ ମାର୍ଚ୍ଚରେ ଅମାନତୁଲ୍ଲାହ ଖାଁଙ୍କୁ ବଣ୍ଡଲ ଏ ର ବିସି ପୋଷଣା କରିବାକୁ ପ୍ରସ୍ତାବ ଜାରି କରାଯାଇଥିଲା । ଯାହାକୁ ଡିସିପି ୩୦ ମାର୍ଚ୍ଚରେ ସ୍ୱୀକୃତି ଦେଇଥିଲେ । ଦିଲ୍ଲୀ ପୋଲିସ ଓଖଲାରୁ ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ଥିବା ଅମାନତୁଲ୍ଲାହ ଖାଁଙ୍କୁ ଗିରଫ କରିଛି । ତାଙ୍କୁ ସରକାରୀ କାମରେ ବାଧା ସୃଷ୍ଟି କରିବା ମାମଲାରେ ଗିରଫ କରାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଗୁରୁବାର ବେଆଇନ ନିର୍ମାଣର ଉଚ୍ଛେଦ ଚାଲିଥିବା ବେଳେ ଅମାନତୁଲ୍ଲାହ ଖାଁ ଏହାକୁ ବିରୋଧ କରିଥିଲେ ।

Share