ପୁଣି ଘୁଞ୍ଚିଲା ରିଲିଜ ଡେଟ୍‌

ହାଇଦ୍ରାବାଦ: ପୁଣି ଥରେ ଘୁଞ୍ଚିଛି ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଆଗାମୀ ଚଳଚ୍ଚିତ୍ର ‘ଶାକୁନ୍ତଳାମ’ର ରିଲିଜ ଡେଟ୍‌। ପୂର୍ବରୁ ଚଳଚ୍ଚିତ୍ରଟି ଫେବୃୟାରୀ ୧୭ରେ ରିଲିଜ ହେବାକୁ ଥିଲା। ଏବେ ନିର୍ମାତାମାନେ ଆଉ ଥରେ ରିଲିଜ ଡେଟ୍‌ ଘୁଞ୍ଚାଇବାକୁ ନେଇ ଆଧିକାରୀକ ଭାବେ ଘୋଷଣା କରିଛନ୍ତି। ହେଲେ ନୂତନ ରିଲିଜ ଡେଟ୍‌ ସମ୍ପର୍କରେ ସେଭଳି କିଛି ସୂଚନା ଦିଆଯାଇନାହିଁ।

ଗୁଣଶେଖରା ନିର୍ଦ୍ଦେଶିତ ‘ଶାକୁନ୍ତଳାମ’ର ଟ୍ରେଲର ଦର୍ଶକଙ୍କ ମନ ଜିଣିଛି। ଏଥିଲାଗି ଅଭିନେତ୍ରୀଙ୍କ ପ୍ରଶଂସକମାନେ ଫିଲ୍ମକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ସାମନ୍ଥାଙ୍କ କାମ ବିଷୟରେ କଥା ହେଲେ ସେ ନିଜର ଆଗାମୀ ଚଳଚ୍ଚିତ୍ର ‘ସିଡାଟେଲ ଇଣ୍ଡିଆ’ର ଶୁଟିଂ ଆରମ୍ଭ କରିଛନ୍ତି। ଏଥିରେ ସେ ବରୁଣ ଧାଓ୍ବନଙ୍କ ନାୟିକା ସାଜିବେ। ଏଥିସହ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଅଟକି ରହିଥିବା ଫିଲ୍ମ ‘ଖୁସି’ର ଶୁଟିଂ ନିକଟରେ ଆରମ୍ଭ ହୋଇଛି। ଫିଲ୍ମରେ ବିଜୟ ଦେବରାକୋଣ୍ଡା ମୁଖ୍ୟ ଭୂମିକାରେ ନଜର ଆସିବେ।

Share