ପ୍ରଶଂସକଙ୍କ କ୍ଲାସ୍‌ ନେଲେ ସାମନ୍ଥା

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଅଭିନେତ୍ରୀ ଭାବେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସେ ଚେଷ୍ଟା ଜାରି ରଖିଛନ୍ତି। ନିକଟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରିଥିଲେ, ଯେଉଁଥିରେ ଜଣେ ୟୁଜର୍ସ ତାଙ୍କୁ ଏପରି ଏକ ପ୍ରଶ୍ନ ପଚାରିଥିଲେ, ଯାହାର ଜବାବରେ ସାମନ୍ଥା ତାଙ୍କ କ୍ଲାସ ନେଇଛନ୍ତି।
ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ପରେ ସାମନ୍ଥା ବର୍ତ୍ତମାନ ନିଜ କ୍ୟାରିଅର୍‌ ଉପରେ ଧ୍ୟାନ ଦେଉଛନ୍ତି । ତାଙ୍କ ଆଗାମୀ ଫିଲ୍ମ ‘କାଥୁଭାକୁଲା ରେଣ୍ଡୁ କାଦଲ’ର ରିଲିଜକୁ ଅପେକ୍ଷାରେ ଅଛି। ସମ୍ପ୍ରତି ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରଖିଥିଲେ। ଏଥିରେ ଜଣେ ୟୁଜର୍ସ ତାଙ୍କୁ ପଚାରିଥିଲେ, ‘ତୁମେ ରିପ୍ରଡ୍ୟୁସ୍‌ କରିବାକୁ ଚାହୁଁଛ କି? କାରଣ ମୁଁ ତୁମକୁ ରିପ୍ରଡ୍ୟୁସ୍‌ କରିବାକୁ ଚାହୁଁଛି।’ ଏହା ଉପରେ ପ୍ରତିକ୍ରିୟା ଦେଇ ସାମନ୍ଥା ତାଙ୍କ କ୍ଲାସ ନେଇ ଲେଖିଥିଲେ, ‘ପ୍ରଥମେ ରିପ୍ରଡ୍ୟୁସ୍‌ ଉପରେ ଠିକ୍‌ଭାବେ ବାକ୍ୟ ଲେଖିବା ଶିଖନ୍ତୁ।’ଏବେ ଏହି ପ୍ରତିକ୍ରିୟା ବେଶ ଭାଇରାଲ ହେଉଛି।

Share