ବିଜେଡିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଅମର, ପ୍ରତିକ୍ରିୟାରେ କହୁକହୁ କହିଦେଲେ…

ଯାଜପୁର,୧୦ା୧୦: ଯାଜପୁର ବିଜେଡି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅମର ଶତପଥୀ ଯୋଗ ନ ଦେବାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚା ଜୋର୍‌ ଧରିଛି। ଅମର କାହିଁକି ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହେଲେ ନାହିଁ। ବିଭିନ୍ନ ଚର୍ଚ୍ଚା, ଆଲୋଚନା, ତର୍କ ବିତର୍କ ଭିତରେ ମୁହଁ ଖୋଲିଛନ୍ତି ଅମର।

ଦଳ ତାଙ୍କୁ ଅଣଦେଖା କରୁଛି କି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି ଦଳ ଜାଣିଥିବ। ଏମିତିରେ ବି ସେ କିଛିଦିନ ହେବ ରାଜନୈତିକ କାର୍ଯ୍ୟକ୍ରମରୁ ନିଜକୁ ନିବୃତ୍ତ ରଖିଥିବା କହିଛନ୍ତି।

ତେବେ ସବୁଠୁ ବଡ଼ କଥା ଏହି କିଛିଦିନ ତଳେ ବିଜେଡିକୁ ଭାଜପା ନେତା ଅରବିନ୍ଦ ଢାଲିଙ୍କ ମନ୍ତବ୍ୟରେ ବିଜେଡିର ପୂର୍ବତନ ବିଧାୟକ ଅମର ଶତପଥୀ କଡ଼ା କଥା ଶୁଣାଇଥିଲେ। ସେ କହିଥିଲେ, ଦଳର ଆମୂଳଚୁଳ ସଂଗଠନ ଠିକ ନ କଲେ ଆଗକୁ ଅନେକ ଅଘଟଣ ଘଟିବ। ସେ ଏହା ମଧ୍ୟ ଥିଲେ କି ଆମ ସମସ୍ତଙ୍କର ଏ ଦିଗରେ ଅନୁଭବ ରହିଛି। ସଂଗଠନ ଠିକ୍‌କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଦେଖାଯାଉ କ’ଣ ହେଉଛି।
ଅନ୍ୟପକ୍ଷେ ମମତା ମହାନ୍ତ ଭାଜପାରେ ମିଶିବାକୁ ନେଇ ବିଜେଡିକୁ ଟାର୍ଗେଟ କରି ଭାଜପା ନେତା ଅରବିନ୍ଦ ସେତେବେଳେ କହିଥିଲେି ବିଜେଡି ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି।
ଜାତୀୟ ଦଳର ବିଲୟ ହୁଏନି, ଆଞ୍ଚଳିକ ଦଳର ବିଲୟ ହୁଏ। ଯିଏ ଆଞ୍ଚଳିକ ଦଳ ଗଢ଼ିଥାଏ, ଅସୁସ୍ଥ ବା ଆଉ କ’ଣ ହେଲେ ଦଳ ରୁହେନି। ବିଜେଡିରେ ବାକ୍‌ ସ୍ବାଧୀନତା ନାହିଁ, ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ। ବିଜେଡିରେ ସମସ୍ତେ ଅସନ୍ତୁଷ୍ଟ ଥିଲେ, ପାଣ୍ଡିଆନ ସର୍ବେସର୍ବା ଥିଲେ ବୋଲି ଢାଲି କହିଥିଲେ। ଢାଲିଙ୍କ ପରେ ଅମର ତାଙ୍କ ପ୍ରତିକ୍ରିୟା ରଖିଥିଲେ।

ଯେଉଁ ଅମର ଦିନେ ଭାଜପା କ’ଣ ଟିକେ କହି ଦେଉଥିଲେ ବିଜେଡି ସପକ୍ଷରେ ବାହାରୁଥିଲେ ସେହି ଅମର ଆଜି କାହିଁକି କୋଣଠେସା ହେଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri