Categories: ଜାତୀୟ

ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ,୨୧ ।୧: ଶୁକ୍ରବାର ଅର୍ଥାତ୍ ଜାନୁୟାରୀ ୨୧ରୁ ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି । ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମଶାଲକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ବା ନ୍ୟାଶନାଲ ୱାର ମେମୋରିଆଲର ଶିଖାରେ ମିଶାଇ ଦିଆଯିବ । ଭାରତୀୟ ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ଏୟାର ମାର୍ଶଲ ବଳଭଦ୍ର ରାଧା କୃଷ୍ଣ । ତାଙ୍କ ଦ୍ୱାରା ଅମର ଯବାନ ଜ୍ୟାତିକୁ ନ୍ୟାଶନାଲ ୱାର ମେମୋରିଆଲର ଶିଖାରେ ମିଶାଇ ଦିଆଯିବ ।
ସୂଚନାଯୋଗ୍ୟ, ଇଣ୍ଡିଆ ଗେଟ ସ୍ମାରକ ବ୍ରିଟିଶ ସରକାର ୧୯୧୪-୨୧ ମଧ୍ୟରେ ଶହୀଦ ହୋଇଥିବା ବ୍ରିଟିଶ ଭାରତୀୟ ସେନାଙ୍କ ସ୍ମୃତିରେ ନିର୍ମାଣ କରିଥିଲେ । ଏହାପରେ ଅମର ଯବାନ ଜ୍ୟୋତିକୁ ୧୯୭୦ରେ ପାକିସ୍ତାନ ଉପରେ ଭାରତର ବଡ ବିଜୟକୁ ନେଇ ଯୁଦ୍ଧ ସ୍ମାରକରେ ସାମିଲ କରାଯାଇଥିଲା । ଇଣ୍ଡିଆ ଗେଟ ପରିସରରେ ୨୦୧୯ରେ ନ୍ୟାଶନାଲ ୱାର ମେମୋରିଆଲର ଉଦ୍‌ଘାଟନ କରାଯାଇଥିଲା ।
ନ୍ୟାଶନାଲ ୱାର ମେମୋରିଆଲରେ ସେହି ସମସ୍ତ ଭାରତୀୟ ବୀରପୁତ୍ରଙ୍କ ନାମ ସାମିଲ କରାଯାଇଛି ଯେଉଁମାନେ ୧୯୪୭-୪୮ରେ ବିଭିନ୍ନ ଅଭିଯାନରେ ଶହୀଦ ହୋଇଥିଲେ । ପାକିସ୍ତାନ ସହ ଗଲୱାନ ଘାଟିରେ ଯୁଦ୍ଧ ହେଉ ବା ଚାଇନା ସେନାଙ୍କ ସହ ସଂଘର୍ଷ । ଆତଙ୍କବାଦୀ ବିରୋଧି ଅଭିଯାନରେ ଶହୀଦ ହୋଇଥିବା ସେନାଙ୍କ ନାମ ସ୍ମାରକର କାନ୍ଥରେ ସାମିଲ କରାଯାଇଛି ।

Share