ବଡଚଣାରେ ପଛରେ ପଡିଲେ ବର୍ଷା

ଭୁବନେଶ୍ୱର,୪।୬: ଓଡ଼ିଶାରେ ଭାଜପାକୁ ୭୮ ଆସନ ମିଳିଥିବାବେଳେ ବିଜେଡିକୁ ୫୪ ସିଟ୍‌ ମିଳିଛି। ୨୫ବର୍ଷ ପରେ ଏପରି ସମୀକରଣ ଦେଖିବାକୁ ମିଳିଛି। ଯେଉଁଠି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସରକାର ୨୫ବର୍ଷ ଧରି କ୍ଷମତାରେ ରହି ଆସୁଥିଲା ତା’ର ସମ୍ପୂର୍ଣ୍ଣ ବିପରୀତ ଦୃଶ୍ୟ ଆଜି ଦେଖିବାକୁ ମିଳିଛି। କହିବାକୁ ଗଲେ ଓଡ଼ିଶା ଭାଜପା ରାଜ୍ୟରେ ବାଜି ପଲଟେଇ ଦେଇଛି।

ତେବେ ବଡଚଣାରେ ଭାଜପା ପ୍ରାର୍ଥୀ ଅମର ନାୟକ ୧୪,୮୬୧ ଭୋଟରେ ଆଗୁଆ ଅଛନ୍ତି ସେହିପରି ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ୩୮୬୦ ଭୋଟ ପଛରେ ଅଛନ୍ତି। ଅର୍ଥାତ୍‌ ତାଙ୍କୁ ୧୧,୦୦୧ ଭୋଟ ମିଳିଛି।

Share