ଲାଟେରାଲ ଏଣ୍ଟ୍ରି ଫର୍ମୁଲା ଆପଣାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ଅମର

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ସରକାରୀ ଚାକିରି କରିବେ ଘରୋଇ କର୍ମଚାରୀ। କେନ୍ଦ୍ରର ଲାଟେରାଲ ଏଣ୍ଟ୍ରି ଫର୍ମୁଲା ଓଡ଼ିଶାରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଭିନ୍ନ ଘରୋଇ ଅନୁଷ୍ଠାନରୁ ଦକ୍ଷତା ସମ୍ପନ୍ନ ବ୍ୟକ୍ତିଙ୍କୁ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ସରକାରୀ ଚାକିରି ଦେବା ଲାଗି ପ୍ରସ୍ତାବ ରଖିଛନ୍ତି। ଏପରି ହେଲେ ରାଜ୍ୟ ପ୍ରଶାସନର ଦକ୍ଷତା ବୃଦ୍ଧି ପାଇବ ବୋଲି ସେ ଯୁକ୍ତି ରଖିଛନ୍ତି। କେନ୍ଦ୍ର ସରକାର ଗତ ୩ ବର୍ଷରେ ବିଭିନ୍ନ ମନ୍ତ୍ରଣାଳୟରେ ଲାଟେରାଲ ଏଣ୍ଟ୍ରି ଦେଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସେ ଉଦାହରଣ ଦେଇଛନ୍ତି। ଏପରି କି କର୍ନାଟକ ସରକାର ମଧ୍ୟ ଏହି ନୀତି ଆପଣାଇଥିବା ସେ ଦର୍ଶାଇଛନ୍ତି।

Share