ପୁଣି ବିସ୍ଫୋରକ ବୟାନ ଦେଲେ ଅମର ଶତପଥୀ, କହିଲେ ବିଜେଡି ଛାଡ଼ିପାରନ୍ତି…

ଭୁବନେଶ୍ୱର,୧୭ା୧୦: ବିଜେଡିରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଗୁରୁବାର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, ଆଉ କିଛି ରାଜ୍ୟ ସଭା ଏମ୍‌ପି ବିଜେଡି ଛାଡ଼ିବେ। ୨ ଜଣଙ୍କ ପରେ ଆଉ କିଛି ଏମ୍‌ପି ଦଳ ଛାଡ଼ିବେ। ପୂର୍ବରୁ ଦଳରେ ଅସନ୍ତୋଷ ଲାଗି ରହିଥିଲା, କିନ୍ତୁ କେହି ମୁହଁ ଖୋଲି କହି ପାରୁ ନ ଥିଲେ। ଭିତରେ କୁହୁଳୁଥିବା ନିଆଁ ଏବେ ଚାରିଆଡ଼େ ବ୍ୟାପୁଛି। ଦଳରେ ଅସନ୍ତୋଷ ଅଛି, ଏଥିରେ ଦ୍ବିମତ ନାହିଁ ବୋଲି ଅମର କହିଛନ୍ତି।

ଅମର ଆଉ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଯେଉଁମାନେ ବୟାନବାଜି କରୁଛନ୍ତି, ସେମାନେ ଦଳର କ୍ଷତି ଘଟାଉଛନ୍ତି।

ଏହି କିଛିଦିନ ତଳେ ଦଳର ବରିଷ୍ଠ ନେତା ଲେନିନ ମହାନ୍ତି ଅମରଙ୍କୁ ଦଳ ଛାଡ଼ି ପଳାନ୍ତୁ କହିବା ପରେ ଅମର କଡ଼ା କଥା ଶୁଣାଇ ଦେଇଥିଲେ।
ସେ କହିଥିଲେ, ‘ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ ମୁଁ ଦଳରେ ନାହିଁ। ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ’ ସଭ୍ୟପଦ ନବୀକରଣ ବି କରିନାହିଁ। କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି। ଲେନିନଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି। ମୋ ପୁତୁରା କେହି ଭାଜପାକୁ ଯାଇନାହାନ୍ତି, ସେ ନାଁ କହିଲେ ଭଲ ହେବ। ଭାଜପା ସହ ଅନେକ ଦଳ ଏବେ ବି ମୋ’ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ମୁଁ ଏବେ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି।’


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଦୋକାନରୁ ଚୋରି ଘଟଣା: ୩୦ ମୋବାଇଲ ସମେତ ୭୧୦୦ ଟଙ୍କା ଜବତ

ଭବାନୀପାଟଣା,୧୨ା୪: କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଶୁକ୍ରବାର ବିଭିନ୍ନ କମ୍ପାନୀର ୩୦ଟି ଚୋରି ମୋବାଇଲ ସମେତ ନଗଦ ୭୧ଶହ ଟଙ୍କା ଜବତ କରିଛି।...

ଦାଦାଙ୍କ ଗଣ୍ଡିମୁଣ୍ଡ ଅଲଗା କରିଦେଲେ ପୁତୁରା: କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ତଳକଇଁସାରୀ ଗ୍ରାମରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ଗଣ୍ଡଗୋଳକୁ ନେଇ...

ଏଇ ଭାରତରେ

କେରଳର ଆର୍‌. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ଓ...

ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ

ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ...

ନଦୀରେ ଖସିଲା ହେଲିକପ୍ଟର: ୬ ମୃତ

ନ୍ୟୁୟର୍କ,୧୨।୪:ନ୍ୟୁୟର୍କ ସିଟିର ହଡ୍‌ସନ ନଦୀରେ ଏକ ହେଲିକପ୍ଟର ଖସିପଡ଼ିବାରୁ ଏଥିରେ ଥିବା ସମସ୍ତ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ପେନ୍‌ର ଟେକ୍‌ନୋଲୋଜି କମ୍ପାନୀ...

Dillip Cherian

ଟାରିଫ୍‌ ଝଡ଼

ଟାରିଫ୍‌ ଝଡ଼କୁ ନିୟନ୍ତ୍ରଣକରିବା ପାଇଁ ବାବୁମାନେ ନିଆରା ତରିକା ଆପଣାଇଛନ୍ତି ଏବଂ ନିକଟରେ ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଏହାର ଏକ ସ୍ପଷ୍ଟ ଦୃଷ୍ଟାନ୍ତ। ଟ୍ରମ୍ପ୍‌...

ବିଧାନସଭା ନିର୍ବାଚନର ବର୍ଷକ ପୂର୍ବରୁ ବଳିପଡ଼ିଲେ ଆନ୍ନାମଲାଇ

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୪:ତାମିଲନାଡ଼ୁ ବିଧାନସଭାର ଆସନ ସଂଖ୍ୟା ୨୩୪। ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ହେଉଛି ୧୧୮। ୨୦୨୧ ଏପ୍ରିଲ ୬ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପୂର୍ବତନ...

ରାଜପଥରେ କିଏ ଛାଡ଼ିଗଲା ବାଇକ୍‌, ଲୋକେ ଭୟଭୀତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ୫୯ ନଂ ଜାତୀୟରାଜପଥର କାରିପାଙ୍ଗାଠାରେ ଏକ ଅଜଣା ଲୋକ ବାଇକ୍‌ ଛାଡ଼ି ପଲାଇଯାଇଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image