ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ଦଳରୁ କେହି ବିରୋଧ କରୁନାହାନ୍ତି। କିନ୍ତୁ ମୋତେ ଟିକେଟ୍ ନ ମିଳିବାରୁ ଶୁଭେଚ୍ଛୁଙ୍କୁ ଆଘାତ ଲାଗିଛି। ମୋତେ ଅନ୍ୟଦଳରୁ ପ୍ରସ୍ତାବ ଆସୁଛି, କିନ୍ତୁ ଆଜି ବି ମୁଁ ବିଜେଡିରେ ଅଛି। ମୁଁ ନିଷ୍ପତ୍ତି ନେଇଛି ୨୦୨୪ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବିନି। କାହିଁକି ମୋ ଟିକେଟ କଟିଛି ସେନେଇ କିଛି କହିପାରିବିନି ବୋଲି ଅମର କହିଛନ୍ତି।