ଶକ୍ତି ପ୍ରଦର୍ଶନ କଲେ ଅମର

ଚଣ୍ଡିଖୋଲ/ବଡ଼ଚଣା,୨ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ବଡ଼ଚଣାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସକାରାତ୍ମକ ଭାବେ କାର୍ଯ୍ୟ କରିଛି। ବଡ଼ଚଣାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅସ୍ଥା ରଖିଛନ୍ତି। କେତେଜଣ ଲୋକ ମିଥ୍ୟା ଅପପ୍ରଚାର କରୁଛନ୍ତି। ଆଜିର ଅଦ୍ଭୁତ ପୂର୍ବ ସମାବେଶ ତା’ର ଜବାବ୍‌ ଦେଇଛି। ଏଠାରେ ସାଙ୍ଗଠନିକ ସ୍ଥିତି ସବୁଠାରୁ ମଜଭୁତ ଅଛି। ବିକାଶର ବାର୍ତ୍ତା ହିଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ସୃଷ୍ଟି କରିଛି। ପ୍ରତ୍ୟେକ ପଞ୍ଚାୟତରେ ଦୀର୍ଘ ୨୪ ବର୍ଷ ମଧ୍ୟରେ ନୂତନ ବିକାଶର କଥା ଦେଖାଯାଉଛି। ଏଠାରେ କୌଣସି ଦ୍ୱନ୍ଦ୍ୱ ନାହିଁ। ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶାରେ ଖୁସିର ଲହରୀ ଖେଳି ଯାଇଛି ବୋଲି ସୋମବାର ବଡ଼ଚଣା ମହୋତ୍ସବ ପଡ଼ିଆରେ ବିଜେଡିର ମହାସମାବେଶରେ ଯୋଗ ଦେଇ ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରକାଶ କରିଛନ୍ତି।
ବଡ଼ଚଣା ବିଜୁ ଜନତା ଦଳର ସଭାପତି ଅରବିନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହାସମାବେଶରେ ଛାତ୍ର ଜନତା ସଭାପତି ଯଚିନ୍ଦ୍ର କୁମାର ନାୟକ ଯୋଗଦେଇ ଗତ ୨୯ ତାରିଖରେ ଖଇରା ମେଲଣ ପଡ଼ିଆରେ କେତେଜଣ ବ୍ୟକ୍ତି କହିଥିଲେ ବିଧାୟକଙ୍କ ଲୋକ ସମ୍ପର୍କ ନାହିଁ ା ସେମାନେ ଆସି ଦେଖିଯିବା ଆବଶ୍ୟକ ଯେ ଆଜିର ସମାବେଶରେ କିପରି ସ୍ବତପ୍ରବୃତ୍ତ ଭାବେ ୨୫ ହଜାର ଲୋକଙ୍କ ସମାଗମ ହୋଇଛି। ଦୀର୍ଘ ୩୪ ବର୍ଷ ଧରି ବଡ଼ଚଣାବାସୀଙ୍କ ସେବା କରି ଜଣେ ଲୋକପ୍ରିୟ ବିଧାୟକ ହୋଇଛନ୍ତି। ସେଥିପାଇଁ ବଡ଼ଚଣାବାସୀ ବିଧାୟକଙ୍କୁ ୬ ଥର ବିଧାୟକ ଭାବେ ନିର୍ବାଚିତ କରି ପଠାଇଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ ା
ଅନ୍ୟମାନଙ୍କ ମଧ୍ୟରେ ଦଳର ସମ୍ପାଦକ ବିପିନ ବିହାରୀ ଜେନା, ଉପ ସଭାପତି ନିରଞ୍ଜନ ସେନାପତି, ପଞ୍ଚାନନ ଧଳ, ଜିଲା ଉପ ସଭାପତି ସାରଦା ପ୍ରସନ୍ନ ମହାନ୍ତି, ପୂର୍ବତନ ଜିଲା ପରିଷଦ ସଭ୍ୟ ସୁମତି ବାସ୍କେ,ମନୋରଞ୍ଜନ ଜେନା,ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ ଓ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ବିଧାୟକଙ୍କ ବିରୋଧରେ କେତେକ କର୍ମୀ ଏକ ସମ୍ମିଳନୀ କରି ବିଭିନ୍ନ ମନ୍ତବ୍ୟ ଦେଇ ଥିଲେ। ଏହାକୁ ଜବାବ୍‌ ଦେବା ପାଇଁ ସୋମବାର ବିଧାୟକଙ୍କ ପକ୍ଷରୁ ଏପରି ଶକ୍ତି ପ୍ରଦର୍ଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri