ଅଟକିଲା ଅମର୍ଦା ଏୟାରଷ୍ଟ୍ରିପ ଜମି ହସ୍ତାନ୍ତର ପ୍ରକ୍ରିୟା

ମୋରଡା,୧୦।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରସଗୋବିନ୍ଦପୁରଠାରେ ଥିବା ଐତିହାସିକ ଅମର୍ଦା ଏୟାରଷ୍ଟ୍ରିପର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମ ମଞ୍ଚରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗର ଅତିରିକ୍ତ ନିର୍ଦେଶକ ସଞ୍ଜୟ କୁମାର, ଡକ୍ଟର ନୀଳାଦ୍ରି ରୟ, ପ୍ରତିରକ୍ଷା ବିଭାଗର ଗ୍ରୁପ ମୁଖ୍ୟ ଜିସି ଜେନା, ଟେକ୍ନିକାଲ ଅଫିସର ମହେନ୍ଦ୍ର କୁମାର, ଭୁବନେଶ୍ୱର ଡିଫେନ୍ସ ଇଷ୍ଟେଟର ଏସଡ଼ିଓ ସଫିକ ଅସରଫ। ଏତଦବ୍ୟତୀତ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମୀରାଜଲକ୍ଷ୍ମୀ ଭଞ୍ଜଦେଓ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ବୁଢାଣ ମୁର୍ମୁ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।
ଉଡାଣ ଯୋଜନାରେ ସାମିଲ ହୋଇଥିବା ଉକ୍ତ ଏୟାରଷ୍ଟ୍ରିପର ରନୱେ ଏସିଆ ମହାଦେଶର ସର୍ବବୃହତ ରନୱେ। ପୁନଃରୁଦ୍ଧାର କାର୍ଯ୍ୟ ସରିବା ପରେ ଏଠାରୁ ବିମାନ ଉଡ଼ିବା ସ୍ବପ୍ନ ସାକାର ହେବ ବୋଲି ଆଶା ବାନ୍ଧି ବସିଥିଲେ ଅଞ୍ଚଳବାସୀ ତଥା ସମଗ୍ର ମୟୂରଭଞ୍ଜ ବାସୀ।

ତେବେ କାର୍ଯ୍ୟକ୍ରମ ଆରମ୍ଭରୁ ସ୍ଥାନୀୟ ଶତାଧିକ ଅଞ୍ଚଳବାସୀ ରନୱେ ମଝିରେ ଧାରଣାରେ ବସି ରାସ୍ତା ଅଟକ ରଖିଥିଲେ। ଅଭିଯୋଗ ମୁତାବକ, ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ବିମାନ ଅବତରଣ ନିମନ୍ତେ ୧୯୪୬ ମସିହା ଠାରୁ ସ୍ଥାପିତ ହୋଇଛି ଏବଂ ଉକ୍ତ ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ଯେଉଁ ପଟ୍ଟାଧାରୀମାନଙ୍କ ଜମି ବ୍ୟବହୃତ ହୋଇଛି, ସେମାନଙ୍କୁ ଏୟାରଷ୍ଟ୍ରିପ ବାବଦରେ ବାର୍ଷିକ କ୍ଷତିପୂରଣ ଦିଆଯିବ ବୋଲି ଚୁକ୍ତି ହୋଇଥିଲା ଯାହା ସେମାନଙ୍କ ଜମି ପଟ୍ଟାରେ ମଧ୍ୟ ଉଲ୍ଲେଖ ରହିଛି l କିନ୍ତୁ ଏଯାଏଁ ପଟ୍ଟାଧାରୀଙ୍କୁ କୌଣସି ସହାୟତା ମିଳିନାହିଁ। ଏହିସବୁକୁ ନେଇ ଶତାଧିକ ପରିବାର ନିଜ ନିଜର ଜମି ପଟ୍ଟା ଧରି ମଝି ରାସ୍ତାରେ ଧାରଣାରେ ବସିଥିଲେ ।

ଏହାପରେ ମଧ୍ୟ ଜମି ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ନ ଆସିବା କାରଣରୁ ଏୟାରଷ୍ଟ୍ରିପର ଜମି ହସ୍ତାନ୍ତର ପ୍ରକ୍ରିୟା ହୋଇ ପାରିଲା ନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ।
ଏ ବାବଦରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ରାଜ୍ୟ ସରକାର ମୟୂରଭଞ୍ଜର ବିକାଶ ଚାଁହୁ ନାହାନ୍ତି ବୋଲି କହିଛନ୍ତି। ସେହିପରି ଜିଲାପାଳଙ୍କୁ ନ ଆସିବାର କାରଣ ସେ ପଚାରିବାରୁ ରାଜ୍ୟ ସରକାରଙ୍କ ତରଫରୁ ଅନୁପସ୍ଥିତ ରହିବାକୁ ଚିଠି ଆସିଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri