Categories: ଫୁରସତ

ଅବାରେକାଇ ମେଳା

ବେଙ୍ଗାଲୁରୁ: ଯେତେବେଳେ ବି ଆମେ ଜଲେବି ବିଷୟରେ ଚିନ୍ତାକରୁ ସେତେବେଳେ ଆମ ମନରେ ଗୋଲ ଏବଂ ହଳଦିଆ ରଙ୍ଗର ଜଲେବି ନଜରକୁ ଆସିଥାଏ। ହେଲେ ନିକଟରେ ସବୁଜ ରଙ୍ଗର ଜଲେବି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯାହାକୁ ମାଉଣ୍ଟ ଡ୍ୟୁ ଜଲେବି ବୋଲି କୁହାଯାଉଛି। ପ୍ରକୃତରେ କର୍ନାଟକରେ ଏହାକୁ ଅଭରେବଲି ଜଲେବି ନାମରେ ଜଣାଯାଏ। ଏହା ବେଙ୍ଗାଲୁରୁରେ ବେଶ୍‌ ଲୋକପ୍ରିୟ। ଏଥିରେ କୌଣସି ରଙ୍ଗ କିମ୍ବା ଖାଦ ମିଶାଯାଇନି। ଏହା ଏକ ହାୟାସିନ୍ଥ ବିନ୍‌ରୁ ପ୍ରସ୍ତୁତ କରାଯାଏ। ଯାହାଫଳରେ ଜଲେବିର ରଙ୍ଗ ସବୁଜ ଦେଖାଯାଏ। ଏହି ଅଭରେବଲି ଜଲେବି ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ଭିନ୍ନ ହୋଇଥାଏ। ପ୍ରଥମେ ମଇଦାକୁ ହାୟାସିନ୍ଥ ବିନ୍‌ର ପେଷ୍ଟ ସହିତ ମିଶାଯାଇ କିଛି ଘଣ୍ଟା ପାଇଁ ରଖାଯାଇଥାଏ। ପରେ ତାକୁ ଶିରାରେ ଭିଜାଯାଏ। ଏହାର ସ୍ବାଦ ଏତେ ସ୍ବାଦିଷ୍ଟ ହୋଇଥାଏ ଯେ, ବେଙ୍ଗାଲୁରୁରେ ଏହାର ନାମରେ ଏକ ମେଳା ମଧ୍ୟ ଲାଗେ। ଯାହା ଅବାରେକାଇ ମେଳା ନାମରେ ଜଣାଶୁଣା। ଯେଉଁଠାରେ ଲୋକେ ଭିନ୍ନ ଭିନ୍ନ ପ୍ରକାରର ଜଲେବିର ସ୍ବାଦ ଚାଖିବାକୁ ଆସିଥାନ୍ତି। ହେଲେ ଅଭରେବଲି ଜଲେବିର ସ୍ବାଦ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ।

Share