Categories: ଜାତୀୟ

ପ୍ରଶାନ୍ତ କିଶୋରଙ୍କୁ ଆପଣାଇଲେ ଅମରିନ୍ଦର

ଚଣ୍ଡିଗଡ଼, ୨।୩: ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପୁଣି ଥରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ପ୍ରମୁଖ ଉପଦେଷ୍ଟା ନିଯୁକ୍ତ କରିଛନ୍ତି। ୨୦୨୨ରେ ପଞ୍ଜାବରେ କଂଗ୍ରେସ ପାଇଁ ରାଜନୈତିକ ପ୍ରଚାରକୁ ପରିଚାଳନା କରିବେ ବୋଲି ପ୍ରଶାନ୍ତ ପୂର୍ବରୁ ଅମରିନ୍ଦରଙ୍କୁ କହିଥିଲେ। ସେ ନାମକୁ ମାତ୍ର ୧ ଟଙ୍କା ବେତନ ନେବେ। ଏହା ବ୍ୟତୀତ ତାଙ୍କୁ କ୍ୟାବିନେଟ ପାହ୍ୟା ସହ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସୁବିଧା ମିଳିବ।
ଗତ ନିର୍ବାଚନ ବେଳେ ପ୍ରଶାନ୍ତଙ୍କ ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି (ଆଇ-ପିଏସସି) ପଞ୍ଜାବରେ ନିର୍ବାଚନ ପ୍ରଚାର ପରିଚାଳନା କରି କଂଗ୍ରେସକୁ ବିଜୟୀ କରାଇଥିଲା।

Share