Categories: ଜାତୀୟ

ଅମରିନ୍ଦର କଲେ ଘୋଷଣା: ଗଢିବେ ନୂଆ ଦଳ

ଚଣ୍ଡିଗଡ,୨୦।୧୦: ଶେଷରେ ପଞ୍ଜାବରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବେ ପାଇଁ କ୍ୟାପଟେନ ଅମରିନ୍ଦର ସିଂ। ଏନେଇ ସେ ବୁଧବାର ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ପଞ୍ଜାବରେ ରାଜନୈତିକ ସମୀକରଣ ବଦଳିବ ବୋଲି ଅନୁମାନ କରାଯାଉଛି। କ୍ୟାପଟେନଙ୍କ ଆଖି ପଞ୍ଜାବର ସମସ୍ତ ରାଜନୈତିକ ଦଳର ଅସନ୍ତୁଷ୍ଟ ନେତାଙ୍କ ଉପରେ ରହିଛି। ସେମାନଙ୍କୁ ନେଇ ଅମରିନ୍ଦର ନିଜ ଟିମ୍‌ ଗଢିବେ ବୋଲି କୁହାଯାଉଛି।
କ୍ୟାପଟେନ କଂଗ୍ରେସକୁ ଏକ ଶିକ୍ଷା ଦେବାକୁ ଚାହୁଁଛନ୍ତି । ସେ କହିଛନ୍ତ, ସେସ କୌଣସି ପରିସ୍ଥିତିରେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବେ ନାହିଁ। କୃଷି ସମସ୍ୟାର ସମାଧାନ ପାଇଁ ଅମରିନ୍ଦର ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଯଦି କ୍ୟାପଟେନ ଏଥିରେ ସଫଳ ହୁଅନ୍ତି, ତେବେ ସେ ନିଶ୍ଚିତ ଭାବରେ ପଞ୍ଜାବରେ ଏକ ଦୃଢ ଼ ସ୍ଥାନ ପାଇବେ।

Share