Categories: ଜାତୀୟ

କଂଗ୍ରେସକୁ ଟକ୍କର ଦେବାକୁ ସଜ ହେଉଛନ୍ତି ଅମରିନ୍ଦର, ଉଦଘାଟନ କଲେ କାର୍ଯ୍ୟାଳୟ

ଚଣ୍ଡିଗଡ଼,୭।୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବସ୍ତୁତ ହେଉଛନ୍ତି। ୨୦୨୨ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ଗଠନ କରିଥିବା ଅମରିନ୍ଦର ଆଜି ସେକ୍ଟର -୯ରେ ତାଙ୍କ ଦଳର କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି। କାର୍ଯ୍ୟାଳୟ ଆରମ୍ଭ ହେବା ପରେ କ୍ୟାପଟେନ ଆନୁଷ୍ଠାନିକ ଭାବରେ ରାଜନୀତିରେ ନିଜର ସକ୍ରିୟତା ବୃଦ୍ଧି କରିବେ। ବିଧାନସଭା ନିର୍ବାଚନରେ ଜିତିବା ତାଙ୍କର ଲକ୍ଷ୍ୟ ବୋଲି କ୍ୟାପଟେନ କହିଛନ୍ତି।
ସେହିପରି ଭାଜପାର ପଞ୍ଜାବର ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ମଙ୍ଗଳବାର କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଭେଟିଛନ୍ତି। ଦୁଇ ନେତା କ୍ୟାପ୍ଟେନଙ୍କ ଫାର୍ମ ହାଉସରେ ମଧ୍ୟାହ୍ନ ଭୋଜନ କରିଥିଲେ। ସୋମବାର ନିଜେ କ୍ୟାପଟେନ ଅମରିନ୍ଦର ସିଂ ଭାଜପା ଏବଂ ଅକାଳୀ ଦଳ ସହିତ ମିଶି ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ।

Share