Categories: ଜାତୀୟ

ନୂଆଦଳ ଗଠନ କରିବେ ଅମରିନ୍ଦର: ଅସନ୍ତୁଷ୍ଟଙ୍କୁ ମିଳିବ ସ୍ଥାନ

ଚଣ୍ଡିଗଡ,୧।୧୦: ପ୍ରାୟ ଦୁଇ ଦଶନ୍ଧି ଧରି ପଞ୍ଜାବରେ କଂଗ୍ରେସ ସହ ରହିଥିବା କ୍ୟାପଟେନ ଅମରିନ୍ଦର ସିଂ ଏବେ ଏକ ନୂତନ ଦଳ ଗଠନ ପାଇଁ ପ୍ରସ୍ତୁତ ହେଉଛନ୍ତି। କ୍ୟାପଟେନ କଂଗ୍ରେସ ଛାଡିବାକୁ ଘୋଷଣା କରି ତାଙ୍କର ତୀକ୍ଷ୍ଣ ମନୋଭାବ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ରାଜ୍ୟରେ ଅସନ୍ତୁଷ୍ଟ ବରିଷ୍ଠ କଂଗ୍ରେସ ନେତାଙ୍କୁ ନେଇ ସେ ଏହି ଦଳ ଗଠନ କରିବେ। ଏଥିପାଇଁ କ୍ୟାପଟେନଙ୍କ ନିକଟବର୍ତ୍ତୀମାନେ ବର୍ତ୍ତମାନ ବରିଷ୍ଠ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଆଗାମୀ ଦିନରେ ସେ କିଛି କୃଷକ ନେତାଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୫ ଦିନ ମଧ୍ୟରେ ନୂଆ ଦଳ ଗଠନ ହେବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସର ସଭାପତି ହେବା ପରେ ନିକଟରେ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Share