ନୂଆଦିଲ୍ଲୀ,୩୧ ।୮: ଜାଲିଆନାୱାଲାବାଗ ନବୀକରଣକୁ ନେଇ ବିବାଦ ଉପୁଜିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି ଏହାକୁ ଶହୀଦଙ୍କ ପ୍ରତି ଅପମାନ ବୋଲି କହିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅବରିନ୍ଦର ସିଂ କହିଛନ୍ତିି ଏହାକୁ ମରାମତି କରିବା ଜରୁରୀ ଥିଲା । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଲିଆନାୱାଲାବାଗ ଉଦଘାଟନି ସମାରୋହରେ ଯୋଗ ଦେଇତିବା ବେଳେ କ୍ୟାପଟେନ ଅରିନ୍ଦର ସିଂ ବି ଉପସ୍ଥିତ ଥିଲେ । ମଙ୍ଗଳବାର ରାହୁଲ ଗାନ୍ଧୀ ସ୍ମାରକର ପୁନଃ ନିର୍ମାଣକୁ ଶହୀଦଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ଓ ଶହୀଦର ଅର୍ଥ ଜାଣି ନ ଥିବା ବ୍ୟକ୍ତି ହିଁ ଏଭଳି ଅପମାନ କରିପାରେ ବୋଲି ରାହୁଲ କହିଛନ୍ତି । ସେ ଟୁଇଟ୍ କରି ଆହୁରି ମଧ୍ୟ କହିଛନ୍ତି ଏଠାରେ ପରିବର୍ତ୍ତନ ନାଁରେ ଇତିହାସକୁ ନଷ୍ଟ କରାଯାଉଛି । ମୁଁ ଜଣେ ଶହୀଦଙ୍କ ପୁଅ ତେଣୁ କୌଣସି ସମୟରେ ଶହୀଦଙ୍କ ଅପମାନକୁ ବରଦାସ୍ତ କରାଯିବ ନାହିଁ । ଯେଉଁମାନେ ସ୍ୱାଧିନତା ପାଇଁ ସଂଗ୍ରାମ କରି ନାହାନ୍ତି ସେମାନେ ଯୁଦ୍ଧ କରୁଥିବା ଲୋକଙ୍କୁ ବୁଝି ପାରିବେ ନାହିଁ ବୋଲି ରାହୁଲ ଆଉ ଏକ ଟୁଇଟରେ କହିଛନ୍ତି ।