Categories: ଜାତୀୟ

ଭାଜପାରେ ମିଶିବେ ଅମରିନ୍ଦର ସିଂ

ଚଣ୍ଡିଗଡ଼,୨।୭: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂ ଖୁବ୍‌ଶୀଘ୍ର ଭାଜପାରେ ଯୋଗଦେବେ। ୮ ମାସ ତଳେ ସେ କଂଗ୍ରେସ ଛାଡ଼ି ଗଢ଼ିଥିବା ପଞ୍ଜାବ ଲୋକ କଂଗ୍ରେସର ବିଲୟ ଘଟିବ ଭାଜପାରେ। ୮୦ ବର୍ଷୀୟ ଅମରିନ୍ଦର ସିଂ ଅସ୍ତ୍ରୋପଚାର ପାଇଁ ଲଣ୍ଡନରେ ଅଛନ୍ତି। ଆସନ୍ତା ସପ୍ତାହରେ ସେ ଫେରିବା ପରେ ଭାଜପାରେ ଯୋଗଦେବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମରିନ୍ଦରଙ୍କୁ ଫୋନ୍‌ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପ୍ରକାଶ ଯେ, ଅମରିନ୍ଦର ୫ ଦଶନ୍ଧି ଧରି କଂଗ୍ରେସରେ ଥିଲେ। ଗତବର୍ଷ ତତ୍କାଳୀନ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଯୋଗୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡ଼ିବାରୁ ସେ ଦଳ ଛାଡ଼ିଥିଲେ।

Share