Categories: ଜାତୀୟ

ସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପରେ ମୁହଁ ଖୋଲିଲେ ଅମରିନ୍ଦରଙ୍କ ସ୍ତ୍ରୀ

ଚଣ୍ଡିଗଡ଼,୪।୧୦: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହଟାଇଯିବା ପରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ଏଭଳି ପରିସ୍ଥିତିରେ କ୍ୟାପଟେନଙ୍କ ସ୍ତ୍ରୀ ତଥା ଏମ୍‌ପି ପ୍ରିନୀତି କୌର କଂଗ୍ରେସ ହାଇକମାଣ୍ଡ ଉପରେ ରାଗିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯଦି ପରିସ୍ଥିତି ଏପରି ଜାରି ରହେ ତେବେ ଆସନ୍ତା ୨୦୨୨ ନିର୍ବାଚନରେ କଂଗ୍ରେସ ୧୧୭ ରୁ ୧୫ଟି ଆସନ ପାଇବା କଷ୍ଟକର ହେବ। ଅମରିନ୍ଦର ସିଂ ଜଣେ ସୈନିକ ଏବଂ ସେ ଏହି ଯୁଦ୍ଧରେ ମଧ୍ୟ ଜିତିବେ ବୋଲି ସେ କହିଛନ୍ତି। ସେହିପରି କୃଷି ଆଇନ ସମ୍ପର୍କରେ ପ୍ରୀତ ସେ କହିଛନ୍ତି ଯେ, ଏହି ଆନ୍ଦୋଳନକୁ ବନ୍ଦ କରିବା ପାଇଁ କ୍ୟାପଟେନ କେନ୍ଦ୍ରରେ ଭାଜପା ସରକାରଙ୍କ ବରିଷ୍ଠ ନେତାଙ୍କ ସହ ଯୋଗାଯୋଗ କରୁଛନ୍ତି ଏବଂ ଖୁବ ଶୀଘ୍ର ଭଲ ଫଳାଫଳ ଆସିବ। ବିଧାନସଭା ନିର୍ବାଚନରେ କୃଷକଙ୍କ ଆନ୍ଦୋଳନ ଏକ ବଡ଼ ପ୍ରସଙ୍ଗ ହେବ। କ୍ୟାପଟେନ କୃଷି ଆଇନର ସମୀକ୍ଷା କରୁଛନ୍ତି। ସେ ପଞ୍ଜାବର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତିତ ଅଛନ୍ତି। ୧୯୮୮ରେ, ପଞ୍ଜାବରେ କଂଗ୍ରେସ ପ୍ରାୟ ନିଷ୍କ୍ରିୟ ଥିଲା, ସେ ତାଙ୍କର କଠିନ ପରିଶ୍ରମ ସହିତ ସେ କଂଗ୍ରେସକୁ ଉଠାଇଥିଲେ। ୨୦୦୨ରେ ସେ କଂଗ୍ରେସ ସରକାର ଗଠନ କରିଥିଲେ। ୨୦୧୭ ବିଧାନସଭା ନିର୍ବାଚନରେ ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ ହେବ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ପଞ୍ଜାବରେ କଂଗ୍ରେସକୁ ଏକ ରେକର୍ଡ ବିଜୟ ଦେଇଥିଲେ କ୍ୟାପଟେନ୍‌। ଏବେ ମୁଁ କଂଗ୍ରେସରେ ଅଛି, ଆଗକୁ କଣ ହେବ ତାହା ହାଇକମାଣ୍ଡ ନିଷ୍ପତ୍ତି ନେବେ। ଏମ୍‌ପି ଭାବରେ ମୋର କାର୍ଯ୍ୟକାଳ ଆଉ ଅଢେଇ ବର୍ଷ ଅଛି। ଏହି ସମୟରେ ଲୋକଙ୍କ ସେବା ଜାରି ରଖିବି ବୋଲି ପ୍ରିନୀତିି କହିଛନ୍ତି।

Share