Categories: ଜାତୀୟ

ଅମରନାଥ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ,୭।୭:ଜମ୍ମୁ କଶ୍ମୀରରେ ଖରାପ ପାଗ ହେତୁ ଶୁକ୍ରବାର ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ଯାତ୍ରୀମାନଙ୍କୁ ଉଭୟ ବେସ କ୍ୟାମ୍ପ ବାଲଟାଲ ଏବଂ ପହଲଗାମ ରୁଟରେ ରୋକାଯାଇଛି। ଦେଶ ତଥା ବିଶ୍ୱରୁ ହଜାର ହଜାର ଭକ୍ତ ଦୈନିକ ଅମରନାଥ ଯାତ୍ରା ପାଇଁ ଜମ୍ମୁ କଶ୍ମୀରରେ ପହଞ୍ଚୁଛନ୍ତି। ଏହି ସମୟରେ, ୧୭୨୦୨ ତୀର୍ଥଯାତ୍ରୀ ଗୁରୁବାର ବାବା ବରଫାନି ଦର୍ଶନ କରିଥିଲେ। ଏଥି ସହିତ, ଯାତ୍ରା ଆରମ୍ଭ ହେବା ପରଠାରୁ ସମୁଦାୟ ୮୪୭୬୮ ଭକ୍ତ ଦଶନ କରିଛନ୍ତି।

Share