Categories: ଜାତୀୟ

ତିନି ଦିନ ପରେ ପୁଣିଥରେ ଆରମ୍ଭ ହେଲା ଅମରନାଥ ଯାତ୍ରା, ଖରାପ ପାଗଯୋଗୁ ରହିଥିଲା ସ୍ଥଗିତ

ନୂଆଦିଲ୍ଲୀ,୯।୭: ଜମ୍ମୁ-କଶ୍ମୀରରେ ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ୩ ଦିନ ପାଇଁ ବନ୍ଦ କରି ଦିଆଯାଇଥିଲା। ତୀର୍ଥଯାତ୍ରୀଙ୍କର ପଂଜତରଣି ଓ ଶେଷନାଗ ଆଧାର ଶିବିରରେ ରହିବାର ବ୍ୟବସ୍ଥା କରାଯାଇଥିଲା। ଏବେ ୩ ଦିନ ପରେ ଅର୍ଥାତ୍‌ ରବିବାର ପୁଣିଥରେ ଏହି ଯାତ୍ରା ଆରମ୍ଭ କରାଯାଇଛି।

ଅଧିକାରୀମାନେ ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ଅମରନାଥ ଗୁମ୍ଫା ନିକଟରେ ଆକାଶ ସ୍ବଚ୍ଛ ହେବା ପରେ ଅବା ପାଗ ପରିବର୍ତ୍ତନ ପରେ କର୍ତ୍ତୃପକ୍ଷ ଗୁମ୍ଫା ମନ୍ଦିରର ଦ୍ୱାର ଖୋଲିଥିଲେ ଏବଂ ସେଠାରେ ଫସି ରହିଥିବା ଭକ୍ତମାନଙ୍କୁ ଦକ୍ଷିଣ କାଶ୍ମୀରର ହିମାଳୟରେ ପ୍ରାକୃତିକ ଭାବରେ ସୃଷ୍ଟି ହୋଇଥିବା ବରଫ ଶିବଲିଙ୍ଗ ଦର୍ଶନ କରିବାକୁ ଅନୁମତି ଦେଇଥିଲେ।
ପଞ୍ଜତରଣି ବେସ କ୍ୟାମ୍ପର ଜଣେ ବରିଷ୍ଠ ଅଧିକାରୀ ଫୋନ ଯୋଗେ ପିଟିଆଇକୁ କହିଛନ୍ତି ଯେ ପୂର୍ବରୁ ଦର୍ଶନ ପାଇଥିବା ତୀର୍ଥଯାତ୍ରୀଙ୍କୁ ବାଲଟାଲ ବେସ କ୍ୟାମ୍ପକୁ ଫେରିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ଘାଟିରେ ପ୍ରବଳ ବର୍ଷା ଯୋଗୁ ଫସି ରହିଥିବା ୭୦୦ରୁ ଅଧିକ ଅମରନାଥ ତୀର୍ଥଯାତ୍ରୀ ଅନନ୍ତନାଗ ଜିଲ୍ଲାର କାଜିଗୁଣ୍ଡରେ ଥିବା କ୍ୟାମ୍ପରେ ସେନା ଦ୍ୱାରା ଆଶ୍ରୟ ଦିଆଯାଇଛି।

Share