Categories: ଜାତୀୟ

୩୬ ଘଣ୍ଟାରେ ୫ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ! ଏ ପର୍ଯ୍ୟନ୍ତ ୨୪ ଜଣଙ୍କ ଗଲାଣି ଜୀବନ

ଡେରାଡୁନ,୧୫।୭: ଚଳିତ ବର୍ଷ ଅମରନାଥ ଯାତ୍ରା ଆରମ୍ଭ ହେବା ପରଠାରୁ ଅନେକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ୩୬ ଘଣ୍ଟା ମଧ୍ୟରେ ଆଉ ୫ ଜଣ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଯାହା ପରେ ଚଳିତ ବର୍ଷର ଯାତ୍ରାରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଗୁରୁବାର ଅର୍ଥାତ୍‌ ଜୁଲାଇ ୧୩ରେ ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରେ ଜଣେ ସାଧୁ ମଧ୍ୟ ଅଛନ୍ତି। ତେବେ ଅଧିକାଂଶ ତୀର୍ଥଯାତ୍ରୀ ହୃଦ୍‌ଘାତ ହେତୁ ମୃତ୍ୟୁବରଣ କରିଥିବା ଜଣାପଡିଛି।

ଶ୍ରାଇନ ବୋର୍ଡ ଅଧିକାରୀଙ୍କ କହିବାନୁସାରେ, ଯାତ୍ରାର ପହଲଗାମ ମାର୍ଗରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବାଲ୍ଟାଲ ମାର୍ଗରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଚାରିଜଣ ତୀର୍ଥଯାତ୍ରୀ ହେଉଛନ୍ତି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଏବଂ ଗୁଜରାଟର। ଏଥିସହିତ ଏ ପର୍ଯ୍ୟନ୍ତ ଜଣଙ୍କର ମୃତଦେହଙ୍କୁ ଚିହ୍ନଟ କରାଯାଇନାହିଁ।

 

Share