Categories: ଜାତୀୟ

ଖରାପ ପାଗ ଯୋଗୁ ସ୍ଥଗିତ ରହିଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୫।୭: ଖରାପ ପାଗ ଯୋଗୁ ସାମୟିକ ଭାବେ ସ୍ଥଗିତ ରହିଲା ଅମରନାଥ ଯାତ୍ରା। ବର୍ଷା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପହଲଗାମ ଏବଂ ବାଲଟାଲ ତରଫରୁ ପବିତ୍ର ଗୁମ୍ଫା ଅଭିମୁଖେ ଆଗକୁ ବଢୁଥିବା ଯାତ୍ରୀଙ୍କ ଯାତ୍ରାକୁ ବନ୍ଦ କରି ଦିଆଯାଇଥିବା ନେଇ ଅଧିକାରୀମାନେ କହିଛନ୍ତି। ପାଗ ଭଲ ହେବା ମାତ୍ରେ ପୁଣି ପୂର୍ବଭଳି ଯାତ୍ରା ଆରମ୍ଭ ହେବ । ଏ ପର୍ଯ୍ୟନ୍ତ ପ୍ରାୟ ୬୫ ହଜାର ଭକ୍ତ ପବିତ୍ର ଗୁମ୍ଫା ପରିଦର୍ଶନ କରି ସାରିଥିବା କହିଛନ୍ତି ଅଧିକାରୀ।

Share