Categories: ଜାତୀୟ

ପାଗ ଖରାପ ଯୋଗୁ ପୁଣି ବାତିଲ ହେଲା ଅମରନାଥ ଯାତ୍ରା

ଶ୍ରୀନଗର,୧୪।୭: ଖରାପ ପାଗ ଯୋଗୁ ଗୁରୁବାର ପୁଣିଥରେ ଅମରନାଥ ଯାତ୍ରାକୁ ସାମୟିକ ସ୍ଥଗିତ ରଖାଯାଇଛି।। ଉଭୟ ପହଲଗାମ ଓ ବାଲତଲ ମାର୍ଗ ଦେଇ ନୂଆ ବ୍ୟାଚକୁ ଯିବାକୁ ଅନୁମତି ଦିଆଯାଇନାହିଁ । ଗତ ଶୁକ୍ରବାର ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ବନ୍ୟା ଆସିବାରୁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ନିଖୋଜ ହୋଇଯାଇଥିଲେ । ଏହାପରେ ଯାତ୍ରାକୁ ସାମୟିକ ସ୍ଥଗିତ ରଖାଯାଇଥିଲା । ସୋମବାରଠାରୁ ପୁଣି ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ପୁନର୍ବାର ଖରାପ ପାଗ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି ।

Share