Categories: ଜାତୀୟ

ପୁଣିଥରେ ଆରମ୍ଭ ହେଲା ଅମରନାଥ ଯାତ୍ରା

ଜମ୍ମୁ,୧୧ ।୭: ଗତ ଶୁକ୍ରବାର ଅମରନାଥ ଗୁମ୍ଫା ନିକଟରେ ହୋଇଥିବା ବାଦଲ ଫଟା ବର୍ଷାରେ ପାହାଡ ଧୋଇ ଯିବାରୁ ପ୍ରାୟ ୧୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୪୦ରୁ ଅଧିକ ଶ୍ରଦ୍ଧାଳୁ ନିଖୋଜ ଥିବା କୁହାଯାଉଛି । ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଥିବା ବେଳେ ଏବେ ଅର୍ଥାତ୍ ସୋମବାରଠାରୁ ପୁଣିଥରେ ଅମରନାଥ ଯାତ୍ରା ଆରମ୍ଭ କରାଯାଇଛି । ଜମ୍ମୁ ବେସ କ୍ୟାମ୍ପରୁ ପବିତ୍ର ଗୁମ୍ଫା ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନେ ବାହାରି ଯାଇଛନ୍ତି । ପହଲଗାମ ରୁଟରେ ନୁନୱାନ ଆଧାର ଶିବିରରୁ ମଧ୍ୟ ଶ୍ରଦ୍ଧାଳୁମାନେ ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି ।
ଅମରନାଥ ଜି ଶ୍ରାଇନ ବୋର୍ଡର ସୂଚନା ଅନୁଯାୟୀ, ସୋମବାରଠାରୁ ଗୋଟିଏ ରୁଟରେ ଅମରନାଥ ଯାତ୍ରା ପୁଣିଥରେ ଆରମ୍ଭ ହୋଇଛି । ହେଲେ ହେଲିକପ୍ଟର ସେବା ନୁନୱାନ ଓ ବାଲଟାଲ ଉଭୟ ରୁଟରେ ଉପଲବ୍ଧ ରହିଛି ।

Share