ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିଲେ ଆମ୍ରପାଲି-ନିରହୁଆ

ବମ୍ବେ: ବାଗେଶ୍ୱର ଧାମ୍‌ର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଭେଟିଛନ୍ତି ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ(ନିରହୁଆ) ଏବଂ ଅଭିନେତ୍ରୀ ଆମ୍ର୍ରପାଲି ଦୁବେ। ଏହାର ଫଟୋ ଅଭିନେତ୍ରୀ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ତିନିଜଣ ଯାକ ହାତ ଯୋଡ଼ି କ୍ୟାମେରାକୁ ପୋଜ୍‌ ଦେଇଛନ୍ତି।ଫଟୋ ଏବେ ବେଶ ଭାଇରାଲ ହେଉଛି।

କହିରଖୁଛୁ, ଆମ୍ରପାଲି ଏବଂ ନିରହୁଆଙ୍କ ଯୋଡ଼ିକୁ ଦର୍ଶକ ବେଶ ପସନ୍ଦ କରନ୍ତି। ଉଭୟ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଭୋଜପୁରୀ ଫିଲ୍ମଜଗତର ଆଇକନିକ୍‌ ଯୋଡ଼ି ମଧ୍ୟ ସେ।

Share