ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): କମିବାର ନା ଧରୁନି ପରିବା ଦର । କାର୍ତ୍ତିକ ମାସ ଗଲା ପରେ ବି ବଜାରରେ କଞ୍ଚା ପରିବା ଦର ଆକାଶଛୁଆଁ ହୋଇଛି । ଟମାଟୋ କିଛି ଦିନ ତଳେ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେଞ୍ଚୁରି ମାରିଛି । ଖୁଚୁରା ଦୋକାନରେ ଟମାଟୋ ୧୦୦ ଟଙ୍କାରେ ପହଞ୍ଚିଛି।
ବିନ୍ସ ୬୦, ନାଲି ବାଇଗଣ ୪୦, ଧଳା ଗୋଲ ବାଇଗଣ ୬୦, ଫୁଲ କୋବି ୧୦୦ରେ ୨ଟା ଥିବା ବେଳେ, କଲରା ୬୦, କଲିକତି ଚାଲାଣ ପୋଟଳ ୫୦ ଥିବା ବେଳେ ଦେଶୀ ପୋଟଳ ଦର ୮୦ ଟଙ୍କା ଛୁଇଁଛି । ବିଶେଷକରି ଦକ୍ଷିଣ ଭାରତର ବାଙ୍ଗାଲୋର, ଆନ୍ଧ୍ରରେ ବର୍ଷା ଯୋଗୁ ପରିବା ଉତ୍ପାଦନ ଉପରେ ପ୍ରଭାବ ପକାଇଛି ।