ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବର୍ଷା ବହୁତ କମ୍ ହୁଏ। ୨୫ ବର୍ଷ ପୂର୍ବରୁ ଏହି ଶୁଷ୍କ ମରୁଭୂମିର ଆଣ୍ଟୋଫାଗାସ୍ତା ସହରର କପର୍ ମାଇନିଂ ସେଣ୍ଟର, ସାଣ୍ଟିଆଗୋର ସ୍ଥପତି ମାରିଓ ଇରାରାଜାବଲ୍ଙ୍କୁ ଏକ ସ୍ଥାପତ୍ୟ ନିର୍ମାଣ କରି ମରୁଭୂମିର ଶୂନ୍ୟତାକୁ ପୂରଣ କରିବାକୁ କହିଥିଲେ। ଆଉ ୧୯୯୨ ମାର୍ଚ୍ଚରେ ଏକ ଅଦ୍ଭୁତ ସ୍ଥାପତ୍ୟର ନିର୍ମାଣ ସରିଥିଲା। ତାହା ଥିଲା ଏକ ବିରାଟକାୟ ହାତର ପାପୁଲି, ଯାହା ମରୁଭୂମିର ବାଲି ଭିତରୁ ବାହାରିଥିବା ଭଳି ଲାଗେ। ଆଣ୍ଟୋଫାଗାସ୍ତାର ଦକ୍ଷିଣକୁ ୧ ଘଣ୍ଟାର ଦୂରତାରେ ଅଛି ଏହି ବିରାଟକାୟ ହାତର ସ୍ଥାପତ୍ୟ। ୩୬ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ହାତ ସିମେଣ୍ଟ, କଂକ୍ରିଟ୍ରେ ତିଆରି। ଏହାର ଫ୍ରେମ୍ ଲୁହାର ଅଟେ। ବିସ୍ତୀର୍ଣ୍ଣ ମରୁଭୂମିରେ ଏହି ବିରାଟକାୟ ହାତ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଏ।