ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍‌ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର

ପ୍ରସିଦ୍ଧ ଗାୟିକା ତଥା ବେଲି ଡ୍ୟାନ୍ସର ଶକିରାଙ୍କ ନୃତ୍ୟ ଆପଣ ନିଶ୍ଚିତ ଦେଖିଥିବେ। ମାତ୍ର ପ୍ରତିଭା କାହା ପାଖରେ କେମିତି ବି ଥାଇପାରେ। ବିହାରର କାଟିହାରରେ ମଧ୍ୟ ଏପରି କିଛି ଘଟିଛି। ଯେଉଁଠାରେ ଜଣେ ବାଳକ ଏପରି ବେଲି ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କାଟିହର ଜିଲାର ଏହି ବାଳକଙ୍କ ବେଲି ଡ୍ୟାନ୍ସ ସମଗ୍ର ଗାଁରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ମନଭା ଯା।
ସେ ବେଲି ଡ୍ୟାନ୍ସ କରି ନାଁ କମାଇବାକୁ ଚାହାନ୍ତି। ବିନା ତାଲିମ୍‌ରେ ନୃତ୍ୟକରି ସେ ଅନେକ ପୁରସ୍କାର ଜିତିଛନ୍ତି। ମନଭାଙ୍କ ନୃତ୍ୟ ଦେଖି ଗ୍ରାମବାସୀ କହିଛନ୍ତି, ସେ ମା’ ସରସ୍ବତୀଙ୍କଠାରୁ ଆଶୀର୍ବାଦ ପାଇ ଏମିତି ନୃତ୍ୟ କରୁଛନ୍ତି। ନଚେତ ଏତେ କମ୍‌ ବୟସରେ ଏମିତି ନୃତ୍ୟ କରିବା ବିରଳ ବୋଲି ସେମାନେ ଦାବି କରିଛନ୍ତି।

Share